ଆମେରିକା ଉପରେ ବର୍ଷିଲା ଚୀନ୍, କହିଲା ନିଆଁ ସହ ଖେଳ ନାହିଁ …
ବେଜିଂ – ଆମେରିକା ଉପରେ ବର୍ଷିଲା ଚୀନ୍ । ଦେଖେଇଲା ନାଲି ଆଖି । କହିଲା ନିଆଁ ସହ ଖେଳ ନାହିଁ । ଆମେରିକୀୟ ପ୍ରତିନିଧି ଦଳର ତାଇୱାନ ଗସ୍ତରେ ଚୀନ୍ ପୁରା ଫିଡ଼ିକି ଉଠିଛି । ଚୀନ୍ ଆମେରିକାକୁ ଚେତାବନୀ ଦେଇଛି କି ସେ ନିଆଁ ସହ ନ ଖେଳୁ , ନୁହେଁତ ସେ ଜଳି ଯିବ।
ଚୀନ୍ ତାଇୱାନକୁ ୱାନ ଚାଇନା ପଲିସ୍ ଅନୁସାରେ ନିଜର ଅଂଶ ମାନିଛି । କୌଣସି ବି ଦେଶ ଯଦି ସ୍ୱଶାସିତ ତାଇୱାନ ସହ ସ୍ୱତନ୍ତ୍ର ରୂପରେ ଦ୍ୱିପାକ୍ଷୀୟ ସମ୍ୱନ୍ଧ ରଖିବାକୁ ଚେଷ୍ଟା କରେ ତ ଚୀନ୍ କଡ଼ା ଜବାବ ଦେବ । ଆମେରିକାର ସ୍ୱାସ୍ଥ୍ୟ ମନ୍ତ୍ରୀ ଏଲେକ୍ସ ଅଜାର ରବିବାର ଦିନ ତାଇୱାନ ଗସ୍ତ କରିଥିଲେ । ଗତ ୪ ଦଶକରେ ଏଲେକ୍ସ ପ୍ରଥମେ ଆମେରିକାର ବରିଷ୍ଠ ଅଧିକାରୀ , ଯିଏକି କାଇୱାନ ଗସ୍ତ କରିଥିଲେ । ଆମେରିକା ଓ ଚୀନ୍ ଭିତରେ ପ୍ରଥମରୁ କରୋନା ମହାମାରୀ ସହ ଅନେକ ବିଷୟକୁ ଟଣାଓଟରା ଚାଲୁ ରହିଛି । ଆମେରିକୀୟ ଅଧିକାରୀ ତାଇୱାନ ଗସ୍ତରୁ ଏହି ଟଣାଓଟରା ଆହୁରି ବଢ଼ିବା ନଜର ଆସିଛି ।ସ୍ୱାସ୍ଥ୍ୟ ମନ୍ତ୍ରୀ ଏଲେକ୍ସ ଅଜାର ତାଇୱାନର ୩ ଦିନ ଗସ୍ତରେ ଚୀନ୍ର ମହାମାରୀ ହାଣ୍ଡଲ କରିବାକୁ ନେଇ ଆଲୋଚନା କରିଥିଲେ । ଏଲେକ୍ସ ତାଇୱାନର ପୂର୍ବତନ ରାଷ୍ଟ୍ରପତିଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ବି ପହଞ୍ଚି ଥିଲେ , ଯେଉଁଥିରେ ଚୀନ୍ର କମ୍ୟୁନିଷ୍ଟ ପାର୍ଟିକୁ ଶକ୍ତ ଘୃଣା ରହିଛି ।