ଦ୍ଵିତୀୟ ଥର ମା ହେବାକୁ ଯାଉଛନ୍ତି କରୀନା କପୁର ଖାନ,
ନୂଆଦିଲ୍ଲୀ :- ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଓ କରୀନା କପୁର ଖାନଙ୍କ ପରିବାରରେ ଶୀଘ୍ର ଆଉ ଜଣେ ନୂତନ ଅତିଥିଙ୍କ ଆଗମନ ହେବାକୁ ଯାଉଛି। ଏମିତି ଖବର ପ୍ରଥମେ ସାମାଜିକ ଗଣମାଧ୍ୟମରେ ଚାଲିଥିଲା ମାତ୍ର ଏବେ ସୈଫ ଅଲ୍ଲୀ ଖାନ ନିଜେ ଆନୁଷ୍ଠାନିକ ଭାବେ କରୀନା ଆଉ ଏକ ସନ୍ତାନ ଜନ୍ମ ଦେବାକୁ ଯାଉଥିବା ସୂଚନା ଦେଇଛନ୍ତି।
ଉଲ୍ଲେଖନୀୟ କରୀନା କପୁର ସୈଫ ଅଲ୍ଲୀ ଖାନଙ୍କ ଦ୍ଵିତୀୟ ପତ୍ନୀ। ସୈଫଙ୍କ ପ୍ରଥମ ପତ୍ନୀ ଅମୃତା ସିଂହ ଥିଲେ ଯାହାଙ୍କ ଦୁଇଟି ସନ୍ତାନ ସାରା ଅଲ୍ଲୀ ଖାନ ଓ ଇବ୍ରାହିମ ଅଲ୍ଲୀ ଖାନ। କରୀନା ଓ ସୈଫଙ୍କ ଗୋଟିଏ ପୁତ୍ର ରହିଛି ଯାହାର ନାମ ତୈମୁର। ଏବେ ତୈମୁର ଅଲ୍ଲୀ ଖାନକୁ ଭାଇ ମିଳୁଛି କି ଭଉଣୀ ତାହା ଜାଣିବା ପାଇଁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିବ। ସୈଫ ଓ କରୀନାଙ୍କ ପ୍ରଶଂସକଙ୍କ ପାଇଁ ଏହା ଏକ ବଡ ନ୍ୟୁଜ୍।ସୂଚନାଯୋଗ୍ୟ, ଆଜି ସୈଫଙ୍କ ପ୍ରଥମ ଝିଅ ସାରା ଅଲି ଖାନଙ୍କ ଜନ୍ମ ଦିନ। ଏହି ଖାସ୍ ଅବସରରେ ସେ କରୀନା କପୁର ଦ୍ଵିତୀୟ ଥର ଗର୍ଭବତୀ ହେବାର ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ କେବଳ କରୀନା ଇନଷ୍ଟାଗ୍ରାମ ବ୍ୟବହାର କରୁଛନ୍ତି। ସୈଫ କୌଣସି ବି ସାମାଜିକ ଗଣମାଧ୍ୟମରେ ସକ୍ରିୟ ନାହାନ୍ତି। ପ୍ରଶଂସକ ସାମାଜିକ ଗଣମାଧ୍ୟମରେ କରୀନା କପୁର ଖାନ ଓ ସୈଫ ଅଲି ଖାନଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରି ଦେଇଛନ୍ତି।










