ବାହା ହେଉଛନ୍ତି ରାନୀ ପଣ୍ଡା !
ଭୁବନେଶ୍ୱର –ବାଜିବ ସାହାନାଇ। ସେ ପିନ୍ଧିବେ ବଉଳ ପାଟ। ରିଲ୍ ନୁହେଁ ରିୟଲରେ ବିବାହ ବେଦିରେ ବସିବେ ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା । ଏକ ଭିଡ଼ିଓ ମାଧ୍ୟମରେ ସେ ଏହି କଥାର ଖୁଲାସା କରିଛନ୍ତି । ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
କିଏ ସେହି ବ୍ୟକ୍ତି । ଯିଏ ହେବେ ରାନୀଙ୍କର ଜୀବନ ସାଥୀ। ଏବେ ଆପଣଙ୍କ ମନରେ ଏମିତି ପ୍ରଶ୍ନ ଉଙ୍କି ମାରୁଥିବ। ହେଲେ ଖୁବ୍ ଶୀଘ୍ର ଏହି କଥା ମଧ୍ୟ ସ୍ପଷ୍ଟ କରିବେ ବୋଲି ରାନୀ ନିଜେ କହିଛନ୍ତି ।ଉଲ୍ଲେଖନୀୟ ଯେ, ପୂର୍ବରୁ ରାନୀଙ୍କୁ ତାଙ୍କ ବିବାହ ନେଇ ଗଣମାଧ୍ୟମରେ ପଚରା ଯାଇଥିଲା। ହେଲେ ସେ ବାହା ହେବା ନାହିଁ ବୋଲି ମନା କରିଦେଇଥିଲେ। ଏବେ କିନ୍ତୁ ତାଙ୍କର ମନରେ ପରିବର୍ତ୍ତନ ହୋଇଛି। ସେ ବାହା ହେବାକୁ ସଜବାଜ ହେଲେଣି । ଏ କଥା ଆମେ କହୁନୁ , ଖୋଦ୍ ନିଜେ ରାନୀ ପଣ୍ଡା କହୁଛନ୍ତି ।ଏକ ଭିଡ଼ିଓ ସେୟାର କରି ସେ କହିଛନ୍ତି , “ମୁଁ ଅନେକ କଷ୍ଟ ,ନିନ୍ଦା ଓ ଅପମାନ ସହି ସହି ଏବଂ ଓଡ଼ିଶାବାସୀଙ୍କ ତାଳି ଗାଳିକୁ ସାଥି କରି ଆଜି ମୁଁ ଏହି ଶୀର୍ଷ ପାହାଚରେ ପହଞ୍ଚିଛି ,ଯେଉଁଠି ଆଜି ସାରା ଓଡ଼ିଶାର ଲୋକଙ୍କ ପାଖରେ ରାନୀ ପଣ୍ଡା ଏକ ସ୍ୱତନ୍ତ୍ର ପରିଚୟ ପାଇଛି । ଆଉ ଏବେ ମୁଁ ବିବାହ କରୁଛି । କାହାକୁ ଓ କେବେ ବାହା ହେଉଛି , ପରେ ଆଉ ଏକ ଭିଡ଼ିଓରେ ତାହା କହିବି