ରାଉରକେଲା ସ୍ବତନ୍ତ୍ର ଜେଲ୍‌ରୁ ବାହାରିଲେ ଆଉ ୪୫ କୋଭିଡ୍ ପଜିଟିଭ୍

ରାଉରକେଲା:- ରାଉରକେଲା ସ୍ବତନ୍ତ୍ର କାରାଗାରରୁ ୪୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୨ ଜଣ ଜେଲ୍ ଅନ୍ତେବାସୀ ଥିବାବେଳେ ୩ ଜଣ ଜେଲ୍ କର୍ମଚାରୀ ରହିଛନ୍ତି । ସୋମବାର ଜେଲ୍ ଅନ୍ତେବାସୀଙ୍କ ସହ ଜେଲ୍ କର୍ମଚାରୀଙ୍କୁ ମିଶାଇ ୬୪ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୫ ଜଣଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଏହାପରେ ଜେଲ୍ ପରିସରକୁ ସାନିଟାଇଜ୍ କରାଯାଇଛି । ଏ ନେଇ ଜେଲର ନିରାକାର ପାଢୀ ସୂଚନା ଦେଇଛନ୍ତି ।ପୂର୍ବରୁ ଜେଲ୍‌ର ୧୭ ଜଣ ଅନ୍ତେବାସୀ କରୋନା ସଂକ୍ରମିତ ହୋଇଥିଲେ । କରୋନା ଚିହ୍ନଟ ହେବାପରେ ଜେଲ୍‌ରେ ବିଭିନ୍ନ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସଂକ୍ରମିତଙ୍କୁ ରାଉରକେଲା କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଜେଲ୍‌ର ବିଭିନ୍ନ ୱାର୍ଡର ବିଶୋଧନ ମଧ୍ୟ କରାଯାଇଥିଲା ।ତେବେ ଜେଲ୍‌ର ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଜେଲ୍ ପ୍ରଶାସନ ଲାଗି ଚିନ୍ତାର ବିଷୟ ହୋଇଛି । ସୁନ୍ଦରଗଡ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୪୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୯୭୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୪୫୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୯ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କର ଅନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୮୭୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୫୪୨୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୦୨୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୬୯୨୩୦୧ଟି ସାମ୍ପୁଲ ଟେଷ୍ଟ୍ ହୋଇଛି

Leave a Reply

Your email address will not be published. Required fields are marked *