ରାଜ୍ୟରେ ଆଉ ୧୩୪୧ ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୪୮ ହଜାର ୭୯୬କୁ ବୃଦ୍ଧି
ଭୁବନେଶ୍ୱର;-ଆଜି ରାଜ୍ୟରେ ରେକର୍ଡ ସଂଖ୍ୟାକ ୧୩୪୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୧୮ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୫୨୩ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୮ ହଜାର ୭୯୬କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।ଆଜି ୨୯ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୩୪୧ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୨୨୭ ଜଣ, ଖୋର୍ଦ୍ଧାରୁ ୨୧୮ ଜଣ, ସୁନ୍ଦରଗଡ଼ରୁ ୯୧ ଜଣ, ଭଦ୍ରକରୁ ୮୩ ଜଣ, କଟକରୁ ୭୬ ଜଣ, ରାୟଗଡ଼ାରୁ ୭୫ ଜଣ, ଝାରସୁଗୁଡାରୁ ୬୭ ଜଣ, ନୟାଗଡ଼ରୁ ୫୭ ଜଣ, ବରଗଡ଼ରୁ ୫୬ ଜଣ, ବାଲେଶ୍ବରରୁ ୫୪ ଜଣ, କୋରାପୁଟରୁ ୪୫ ଜଣ, ବଲାଙ୍ଗୀର ଓ କେନ୍ଦ୍ରପଡ଼ା ଜିଲ୍ଲାରୁ ୨୭ ଜଣ ଲେଖାଏଁ, ସମ୍ବଲପୁରରୁ ୨୬ ଜଣ, କଳାହାଣ୍ଡିରୁ ୨୫ ଜଣ, କେନ୍ଦୁଝରରୁ ୨୩ ଜଣ, ଗଜପତିରୁ ୨୦ ଜଣ, ମାଲକାନଗିରିରୁ ୧୭ ଜଣ, ଜଗତସିଂହପୁର, କନ୍ଧମାଳ ଓ ପୁରୀରୁ ୧୬ ଜଣ ଲେଖାଏଁ, ଢ଼େଙ୍କାନାଳ ଓ ସୋନପୁରରୁ ୧୪ ଜଣ ଲେଖାଏଁ, ଯାଜପୁରରୁ ୧୫ ଜଣ, ବୌଦ୍ଧରୁ ୧୦ ଜଣ, ମୟୂରଭଞ୍ଜରୁ ୯ ଜଣ,ନୂଆପଡାରୁ ୭ ଜଣ, ନବରଙ୍ଗପୁରରୁ ୬ ଜଣ, ଅନୁଗୁଳରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୮,୭୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୫,୪୨୭ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୩ ହଜାର ୦୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୮୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୧ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୬୯,୨୩୦୧ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।