ସ୍ବାଧୀନତା ଦିବସ ପାଇଁ ଗାଇଡଲାଇନ୍ : କାର୍ଯ୍ୟକ୍ରମରେ ସାଧାରଣ ଲୋକ କରିପାରିବେନି ଅଂଶଗ୍ରହଣ

ଭୁବନେଶ୍ବର:–ଚଳିତ ବର୍ଷ ସ୍ବାଧୀନତା ଦିବସ ପାଳନ ନେଇ ରାଜ୍ୟ ସରକାର ଗାଇଡଲାଇନ୍‌ ଜାରି କରିଛନ୍ତି । କୋଭିଡ କଟକଣାରେ ପାଳନ ହେବ ସ୍ବାଧୀନତା ଦିବସ। କୋଭିଡ଼ ନିୟମ ମାନି ସମସ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ଅଗଷ୍ଟ ୧୫ ତାରିଖ ସକାଳ ୯ଟା ସମୟରେ ଉତ୍ତୋଳନ ହେବ ଜାତୀୟ ପତାକା। କରୋନାକୁ ଦୃଷ୍ଟିରେ ରଖି ପରେଡ୍‌ ପ୍ରଦର୍ଶନ କିମ୍ବା ମାର୍ଚ୍ଚଫାଷ୍ଟ ହେବନାହିଁ। କାର୍ଯ୍ୟକ୍ରମରେ ସର୍ବାଧିକ ୭୫ଜଣ ଅତିଥି ଉପସ୍ଥିତ ରହିବେ । କାର୍ଯ୍ୟକ୍ରମରେ ସାଧାରଣ ଲୋକ ଅଂଶଗ୍ରହଣ କରିପାରିବେନି ବୋଲି ସୂଚନା ଦିଆଯାଇଛି।।

ସୂଚନାଯୋଗ୍ୟ ଯେ, ପୂର୍ବବର୍ଷ ଭଳି ଏଥର ବି ରାଜଧାନୀର ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେବ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ପୁଲିସ ବ୍ୟାଣ୍ଡ୍‌ ପାର୍ଟି ଜାତୀୟ ସଙ୍ଗୀତ ପରିବେଷଣ କରିବେ । ଏହାସହ ପୁଲିସ ବାହିନୀର ୩ଟି ଟ୍ରୁପ୍‌ ଜାତୀୟ ପତାକା ଓ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବେ । କୋଭିଡ୍‌ ଯୋଦ୍ଧାମାନଙ୍କ ସହ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ସ୍ୱାଧୀନତା ଦିବସ ପାଳନ କରାଯିବ ।

ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମର ସିଧା ପ୍ରସାରଣ କମନ୍‌ଫିଡ୍‌ ମାଧ୍ୟମରେ ସମସ୍ତ ଗଣମାଧ୍ୟମକୁ ସଂଯୋଜିତ କରାଯିବ । ତେଣୁ ଘରେ ରହି ବି ଲୋକେ ଏହି କାର୍ଯ୍ୟକ୍ରମକୁ ଟିଭି ମାଧ୍ୟମରେ ଦେଖି ପାରିବେ । ସ୍ୱାଧୀନତା ଦିବସ ପ୍ରସ୍ତୁତି ଓ ପାଳନ ସମୟରେ ସାମାଜିକ ଦୂରତା ଓ ସ୍ୱଚ୍ଛତାକୁ ବିଶେଷ ଧ୍ୟାନ ଦିଆଯିବ । ଏହା ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ କୁହାଯାଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି ଓ ଆୟୋଜନ କରିବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *