ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ସଂଜୟ ଦତ୍ତ

ମୁମ୍ୱାଇ – ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ବଲିଉଡ୍‌ ଅଭିନେତା ସଂଜୟ ଦତ୍ତ ୮ ଅଗଷ୍ଟରେ ନିଶ୍ୱାସ ନେବାରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏବେ ସେ ୨ ଦିନ ପରେ ଘରକୁ ଫେରିଛନ୍ତି । ଘରକୁ ଫେରିଥିବା ଫଟୋ ଏବେ ସାମନାକୁ ଆସିଛି । ଆଉ ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

ସଂଜୟ ଦତ୍ତଙ୍କୁ ତାଙ୍କର ଘର ବାହାରେ ଗାଡ଼ିରୁ ବାହାରୁ ଥିବାର ଦେଖିବାକୁ ମିଳିଥିଲା । ଏହା ପରେ  ସେ ହାତ ହଲାଇ ଓ ଥମ୍ୱସ ଦେଇ ଇସାରା ଦେଇଥିଲେ କି ସେ ବର୍ତ୍ତମାନ ପ୍ରଥମରୁ ସୁସ୍ଥ ଅଛନ୍ତି । ଏଠାରେ ସଞ୍ଜୟ ଦତ୍ତ ପର୍ପଲ କଲରର  କୁର୍ତ୍ତା ପିନ୍ଧିବା ସହ ଲାଲ ରଙ୍ଗର ମାସ୍କ  ମୁହଁରେ ଲଗାଇ ଥିବାର ନଜର ଆସିଥିଲା ।

ଉଲ୍ଲେଖନୀୟ ଯେ, ଶନିବାର ଅର୍ଥାତ୍‌ ୮ ଅଗଷ୍ଟରେ ବଲିଉଡ୍‌  ଆକ୍ଟର  ସଂଜୟ ଦତ୍ତଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଯାହା ପରେ  ତାଙ୍କୁ ଲୀଳାବତୀ ହସ୍ପିଟାଲରେ  ଭର୍ତ୍ତି କରାଯାଇଥିଲା ।

Leave a Reply

Your email address will not be published. Required fields are marked *