ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପୁଣି ଦାନ କଲେ ସୁବ୍ରତ ବାଗ୍ଚୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପୁଣି ଦାନ ଦେଲେ ସୁବ୍ରତ ବାଗ୍ଚୀ। ଓଡ଼ିଶାରେ କରୋନା ମୁକାବିଲା ପାଇଁ ତାଙ୍କ ପତ୍ନୀ ସୁସ୍ମିତା ବାଗଚୀଙ୍କ ସହ ମିଶି ପୁଣି ୭ କୋଟି ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ସୁବ୍ରତ ବାଗଚୀ କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ମୁଖପାତ୍ର ଅଛନ୍ତି । ଏହା ପୂର୍ବରୁ ମଧ୍ୟ ଏହି ବାଗ୍ଚୀ ଦମ୍ପତି କୋଭିଡ ମୁକାବିଲା ପାଇଁ ଅଢେଇ କୋଟି ଟଙ୍କା ଦାନ କରିଥିଲେ ।