ଭିଜିଲାନ୍ସ ଜାଲରେ ଚିଲିକା ଡିଏଫ୍ଓ

ଭୁବନେଶ୍ୱର :-ଭିଜିଲାନ୍ସ ଜାଲରେ ଚିଲିକା ଡିଏଫ୍‌ଓ ଆଲୋକ ରଞ୍ଜନ ହୋତା । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରାଯାଇଛି । ବାଲୁଗାଁସ୍ଥିତ ଅଫିସ ଓ ସରକାରୀ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି।

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚିଲିକା ଡିଏଫ୍ଓଙ୍କ ଆଲୋକ ରଞ୍ଜନ ହୋତା । ଭିଜିଲାନ୍ସ ପକ୍ଷରୁ ଏକକାଳୀନ ବିଭିନ୍ନ ସ୍ଥାନରେ ରେଡ୍‌ କରାଯାଇଛି । ବାଲୁଗାଁସ୍ଥିତ ଅଫିସ ,ସରକାରୀ ବାସଭବନ ସମେତ  ଖଣ୍ଡଗିରି ଡୁମଡୁମାଠାରେ ଥିବା ଘର, ଚନ୍ଦ୍ରଶେଖର ସ୍ଥିତ ୩ ମହଲା ଘର , ଜଗତସିଂହପୁର ବିରିଡି ଚାଷୀଖଣ୍ଡସ୍ଥିତ ପୈତୃକ ଘର, ବାଲିପାଟଣା ଥାନା ଅନ୍ତର୍ଗତ ପଦ୍ମପୁରସ୍ଥିତ ସମ୍ପର୍କୀୟଙ୍କ  ଘରେ ଏକକାଳୀନ ଚଢାଉ ହୋଇଛି ।  ବ୍ୟାଙ୍କ ପାସବୁକ୍, ବ୍ୟାଙ୍କ ଲକର୍‌, ସୁନା ଓ ଦାମୀ ଗାଡି ମିଳିଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *