ଅଯୋଧ୍ୟା ଭଳି ନେପାଳରେ ରାମ ମନ୍ଦିର ତିଆରି କରିବା ପ୍ରସ୍ତୁତି, ପ୍ରଧାନମନ୍ତ୍ରୀ ଓଲି ଦେଲେ ନିର୍ଦେଶ
କାଠମାଣ୍ଡୁ:-ନେପାଳର ପ୍ରଧାନମନ୍ତ୍ରୀ ପି ଶର୍ମା ଓଲି ନିଜ ଦେଶରେ ଭଗବାନ ରାମଙ୍କର ଏକ ଭବ୍ୟ ମନ୍ଦିର ତିଆରି କରାଯିବ ବୋଲି କହିଛନ୍ତି। ସେ ଏହା ପୂର୍ବରୁ ରାମଙ୍କ ଜନ୍ମସ୍ଥାନ ନେପାଳ ବୋଲି ଦାବି କରିଥିଲେ। ଗତ ମାସରେ ଓଲି ନେପାଳର ଠୋରି ପାଖରେ ଥିବା ଅଯୋଧ୍ୟପୁରୀରେ ଭଗବାନ ରାମଙ୍କ ଜନ୍ମସ୍ଥାନ ଥିବାର ଦାବି କରିଥିଲେ। ସେ କହିଥିଲେ, ରାମଙ୍କ ପ୍ରକୃତ ଜନ୍ମସ୍ଥାନ ନେପାଳରେ ରହିଛି। ଭାରତର ସାଂସ୍କୃତିକ ଅତିକ୍ରମଣ କରି ଭୁଲ ତଥ୍ୟ ଆଧାରରେ ଉତ୍ତର ପ୍ରଦେଶର ଅଯୋଧ୍ୟକୁ ରାମଙ୍କର ପ୍ରକୃତ ଜନ୍ମସ୍ତାନ କହୁଛି।
ପ୍ରଧାନମନ୍ତ୍ରୀ ଓଲିଙ୍କର ଏହି ବୟାନକୁ ଭାରତରେ ଯୋରଦାର ଭାବରେ ବିରୋଧ କରାଯାଇଛି। ନେପାଳରେ ମଧ୍ୟ ରାଜନୈତିକ ଦଳ ଓ ସାଧାରଣ ଜନତା ଖୁବ୍ ବିରୋଧ କରିଛନ୍ତି। ଓଲିଙ୍କ ଦଳର ନେତାମାନେ ତାଙ୍କର ବୟାନକୁ ବିରୋଧ କରିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ଓଲି ସେହି କିନ୍ତୁ ନିଜର ଜିଦିରେ ଅଟଳ ଅଛନ୍ତି। ଏବେ ସେ ସେହି ସ୍ଥାନରେ ରାମମନ୍ଦିର ତିଆରି କରିବାକୁ ନିର୍ଦେଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ଓଲି ଠୋରି ପାଖରେ ଥିବା ମାଡି ନଗରପାଳିକାର ନାମ ବଦଳାଇ ଅଯୋଧ୍ୟପୁରୀ ରଖିବାକୁ କହିଛନ୍ତି। ଏହା ସହିତ ସେ ଆଖପାଖର ସ୍ଥାନକୁ ଅଧିଗ୍ରହଣ କରି ଅଯୋଧ୍ୟା ରୂପରେ ବିକଶିତ କରିବା, ରାମଙ୍କ ଜନ୍ମସ୍ଥାନରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଓ ରାମ-ସୀତା ଓ ଲକ୍ଷ୍ମଣଙ୍କ ବଡ ମୂର୍ତ୍ତୀ ସ୍ଥାପିତ କରିବାକୁ ହେବ ବୋଳି କହିଛନ୍ତି।
ଓଲି ଚଳିତ ବର୍ଷ ଦଶହରାରେ ରାମନବମୀ ଅବସରରେ ଭୂମି ପୂଜନ କରି ମନ୍ଦିର ନିର୍ମାଣ କାମ ଆରମ୍ଭ କରି ଦୁଇ ବର୍ଷ ପରେ ରାମନବମୀରେ ମୂର୍ତ୍ତିର ଉନ୍ମୋଚନ କରିବା ହିସାବରେ କାମକୁ ଆଗକୁ ବଢାଇବାର କଥା କହିଥିଲେ। ମନ୍ଦିର ନିର୍ମାଣ ପାଇଁ ନେପାଳ ସରକାରଙ୍କ ପକ୍ଷରୁ ଆର୍ଥିକ ସହଯୋଗ ପାଇଁ ଆଶ୍ବାସନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଓଲି କହିଛନ୍ତି, ଅଯୋଧ୍ୟପୁରୀ ସହିତ ରାମାୟଣ ସମ୍ପର୍କିତ ଆଖପାଖର ଅଞ୍ଚଳକୁ ବିକାଶିତ କରାଂିବ। ମାଡି ପାଖରେ ଥିବା ବାଲ୍ମିକୀ ଆଶ୍ରମ, ସୀତା ବନବାସ ସମୟରେ ରହୁଥିବା ଜଙ୍ଗଲ, ଲବ-କୁଶଙ୍କ ଜନ୍ମ ସ୍ଥାନ ଆଦି କ୍ଷେତ୍ରକୁ ମଧ୍ୟ ବିକଶିତ କରାଯିବ ବୋଲି ସେ କହିଛନ୍ତି।