ରାଜନେତାଙ୍କ ନାଁରେ ଫେସ୍‌ବୁକ୍‌ରେ ଫେକ୍‌ ଆଇଡି କରି ଟଙ୍କା ଲୁଟ୍ ଘଟଣା, ବନ୍ଧା ହେଲା ସାଇବର ଠକ

ସମ୍ବଲପୁର:-ସାଇବର ଅପରାଧୀଙ୍କ ଅଭିନବ ଉପାୟ । ସାଇବର ଅପରାଧୀ ମାନେ ସମ୍ବଲପୁର ମହାନଗର ନିଗମରେ ବାସ କରୁଥିବା ବହୁ ବରିଷ୍ଠ ନାଗରିକ , ବ୍ୟବସାୟୀଙ୍କ ନାଁରେ ଫେକ୍‌ ଫେସବୁକ ଆକାଉଣ୍ଟ କରି ସେମାନଙ୍କ ବନ୍ଧୁ ମାନଙ୍କୁ ଟଙ୍କା ମାଗୁଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଜଣେ ବ୍ୟକ୍ତି ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ସ୍ଥାନୀୟ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଫେସବୁକ ଆକାଉଣ୍ଟରୁ ତାଙ୍କର ଜଣେ ବନ୍ଧୁଙ୍କୁ ତାଙ୍କ ମା ଅସୁସ୍ଥ ଥିବାରୁ ମେଡିକାଲ ଖର୍ଚ୍ଚ ପାଇଁ କିଛି ଟଙ୍କା ମଗାଯାଇଥିଲା । ପରେ ସଂପୃକ୍ତ ବ୍ୟକ୍ତିଙ୍କ ସନ୍ଦେହ ହେବାରୁ ସେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଟଙ୍କା ମାଗିବା ସମ୍ପର୍କରେ ଅବଗତ କରାଇଥିଲେ । ପରେ ସଂପୃକ୍ତ ବ୍ୟକ୍ତିଙ୍କ ମା ସମ୍ପୁର୍ଣ୍ଣ ସୁସ୍ଥ ଥିବା ବେଳେ ଏପରି ଟଙ୍କା ସେ ଫେସବୁକ ମାଧ୍ୟମରେ ମାଗି ନଥିବା ନେଇ ଦର୍ଶାଇଥିଲେ । ପରେ ମେସେଜ ଯାଇଥିବା ଫେସବୁକ ଆକାଉଣ୍ଟରୁ ଯାଞ୍ଚ କରିବା ପରେ ତାହା ନକଲି ବୋଲି ଜାଣିବାକୁ ପାଇଥିଲେ ।

ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି । ସହରର ଏପରି ଭାବେ ପ୍ରାୟ ଏକାଧିକ ଲୋକଙ୍କ ନାଁରେ ଏପରି ନକଲି ଫେସବୁକ ଆକାଉଣ୍ଟ କରି ଟଙ୍କା ଲୁଟ୍‌ ହେଉଥିବା ନେଇ ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ତେଣୁ ଏପରି ଭାବେ ଫେସବୁକରୁ ମେସେଜ ମାଧ୍ୟମରେ ଟଙ୍କା ମାଗୁଥିବା ଲୋଙ୍କ ଠୁ ଦୁରେଇ ରହିବା ପାଇଁ ସାଇବର ଥାନା ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।

Leave a Reply

Your email address will not be published. Required fields are marked *