ସଞ୍ଜୟ ଦତ୍ତ ହସ୍ପିଟାଲରେ ଭର୍ତ୍ତି

ମୁମ୍ୱାଇ –ଅଭିନେତା ସଂଜୟ ଦତ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।  ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ମୁମ୍ୱାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଖବର ଆସିବା ପରେ ବଲିଉଡ୍‌ ସହ ପ୍ରଶଂସକଙ୍କ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ବର୍ତ୍ତମାନ ତାଙ୍କୁ ନନ୍‌—କୋଭିଡ ୱାର୍ଡରେ ଭର୍ତ୍ତି  କରାଯାଇଛି । ଯଦି ସବୁ ଠିକ୍‌ ଠାକ୍‌ ରହିଲା ତ ଆସନ୍ତା କାଲି  ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବ ବୋଲି ସୂଚନା ମିଳିଛି ।

ଉଲ୍ଲେଖନୀୟ ଯେ ,  ସଂଜୟ ଦତ୍ତ ଏହି ସମୟରେ ପରିବାର ଠାରୁ ଦୂରେଇ ରହିଛନ୍ତି । ଲକ୍‌ ଡାଉନ୍‌ ସମୟରେ ମାନ୍ୟତା ଦୁଇ ପିଲା ଶହରାନ ଓ ଇକରା ସହ ଦୁବାଇରେ ଅଛନ୍ତି । ସଂଜୟ ଦତ୍ତ ବହୁ ଦିନରୁ ନିଜର ଫ୍ୟାମିଲକୁ ମିସ୍‌ କରୁଛନ୍ତି ।  ସୋସିଆଲ ମିଡ଼ିଆରେ ସେ ଫ୍ୟାମିଲ୍ ସହ ଫଟୋ ପୋଷ୍ଟ କରି  ନିଜର ମନର ଭାବନାକୁ ବ୍ୟକ୍ତ କରୁଥିଲେ ।  କିଛି ଦିନ ପୂର୍ବେ  ସେ ପତ୍ନୀ  ମାନ୍ୟତାଙ୍କୁ ମଧ୍ୟ ବାର୍ଥ ଡେ ୱିଶ୍‌ କରିଥିଲେ

ଏହା ପୂର୍ବରୁ ବଲିଉଡର ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନ , ଅଭିଷେକ୍‌ ବଚ୍ଚନ ଓ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କରୋନା ପଜିଟିଭ୍‌ ଆସିବା ପରେ ଜୁଲାଇ ୧୧ ତାରିଖରେ ନାନା ବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିଛିଦିନ ତଳେ ନେଗେଟିଭ୍‌ ଆସିବା ପରେ ଐଶ୍ୱର୍ଯ୍ୟା ରାୟ ଓ ଅମିତାଭ ବଚ୍ଚନ ଘରକୁ ଫେରିଥିବା ବେଳେ ଆଜି ଅଭିଷେକ‌ ବଚ୍ଚନ ତାଙ୍କର କରୋନା ନେଗେଟିଭ୍‌ ଆସିବା ନେଇ କହିଥିଲେ ।

Leave a Reply

Your email address will not be published. Required fields are marked *