ବିଶ୍ୱାସ ନ ହେଲେ ବି ସତ,ସାପ ମଣିଷର ନିଆରା ବନ୍ଧୁତ୍ୱ,

କଟକ:ଆପଣ ଟିଭି ଏବଂ ବିଭିନ୍ନ ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ସହ ମଣିଷର ବନ୍ଧୁତ୍ୱ ବିଷୟରେ ଦେଖିବାକୁ ପାଇଥିବେ। ହେଲେ ଆମେ ଏମିତି ଏକ ମଣିଷଙ୍କ ବିଷୟରେ କହିବାକୁ ଯାଉଛୁ,  ଆପଣ ଏହି ଖବର ପଢିବା ପରେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ।  କଟକ ଜିଲ୍ଲାର ବାଙ୍କୀ ସବଡିଭିଜନରେ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଦେଖିବାକୁ ମିଳୁଛି। ଜଣେ ମାଛ ବ୍ୟବସାୟୀ ସହ କିଛି ଧଣ୍ଡ ସାପ ମାନଙ୍କ ବନ୍ଧୁତ୍ୱକୁ ନେଇ ସବୁଠି ଚର୍ଚ୍ଚା।, ତାହା ପୁଣି ଆଇଁଶ ବାରରେ।। ଏଭଳି ନିଆରା ବନ୍ଧୁତ୍ବ ହୁଏତ ଆପଣ କେବେ ଦେଖିନଥିବେ। କେବଳ ଆଇଁଶ ବାରରେ ସାପମାନେ ଆସନ୍ତି ଆଉ ମାଛର ପୁଟାଠାରୁ ଆରମ୍ଭ କରି ଗାଲିସି ପର୍ଯ୍ୟନ୍ତ ସବୁକିଛି ଖାଇଦେଇ ଚାଲିଯାଆନ୍ତି। କିନ୍ତୁ ଅନ୍ୟଦିନେ ଏହି ସାପମାନଙ୍କୁ ଦେଖିବାକୁ ମିଳେ ନାହିଁ।

ମାଛ ବ୍ୟବସାୟୀ ଦୁର୍ଯ୍ୟୋଧନ ବାବୁ ପେଶାରେ ଜଣେ ଟେଲର, ସେ ଦୀର୍ଘ ଦିନ ହେବ ବାଙ୍କୀ କଲେଜ ରୋଡ଼ସ୍ଥିତ ଏକ ଭଡା ଦୋକାନ ଘରେ ଟେଲର କାମ କରି ନିଜ ପରିବାର ଚଳାଉଥିଲେ। କିନ୍ତୁ କୋରନା ମହାମାରୀ ଆସିବା ଦିନ ଠାରୁ ତାଙ୍କ ପୂର୍ବ ଟେଲରିଂ କାମ ଠପ୍ ହେଇଯିବାରୁ ସେ ଏକ ବିକଳ୍ପ ପନ୍ଥା ବାଛି ନେଇଛନ୍ତି। ଏବେ ସେହି ବଜାରରେ ମାଛ ଓ ଚିଙ୍ଗୁଡ଼ି ବ୍ୟବସାୟ ଆରମ୍ଭ କରିଛନ୍ତି।

ମାଛ କାଟିଲା ପରେ ମାଛର ପୁଟା ଓ ଗାଲିସିକୁ ସେ ଅନ୍ୟତ୍ର ଫୋପାଡ଼ି ଦିଅନ୍ତି । କିନ୍ତୁ ତାଙ୍କ ଅଜଣାତରେ ସେଗୁଡ଼ିକୁ ବିଲେଇ ଖାଇବା ବଦଳରେ ଧଣ୍ଡ ସାପ ଖାଇଯାଆନ୍ତି। ତେବେ ସେଠିକାର ସ୍ଥାନୀୟ ବ୍ୟକ୍ତି ଆଧ୍ୟାପକ ବିରବର ହରିଚନ୍ଦନ ସେଠାକୁ ସବୁବେଳେ ମାଛ କିଣିବାକୁ ଯାଆନ୍ତି । ସିଏ ହିଁ ଏହି ବିରଳ ଦୃଶ୍ୟକୁ ପ୍ରଥମେ ଦେଖିବାକୁ ପାଇଥିଲେ । ପ୍ରାୟ ଏକ ମାସ ଧରି ଅନୁଧ୍ୟାନ କଲାପରେ ସେ ଜାଣିବାକୁ ପାଇଲେ ଗୋଟେ ଧଣ୍ଡ ସାପ ନୁହେଁ ୪-୫ଟି ରୁ ଉର୍ଦ୍ଧ୍ବ ଧଣ୍ଡ ସାପ ସେଠାକୁ ଆସୁଛନ୍ତି ।

ଏ ସମ୍ପର୍କରେ ସେ ସ୍ନେକ ହେଲ୍ପ ଲାଇନର ସଦସ୍ୟ କହିଛନ୍ତି ଯେ,  ଗତ ଶୁକ୍ରବାର ଦିନ ସକାଳେ ସେଠାରେ ପହଞ୍ଚି ଏକ ଘଣ୍ଟା ଧରି ଅନୁଧ୍ୟାନ କରି ଜାଣିଲେ ଯେ ଏଠାରେ ୫ ଟିରୁ ଉର୍ଦ୍ଧ ଧଣ୍ଡ ସାପ ଓ ଢାମଣା ସାପ ଅଛି। ତେବେ ସାପକୁ ସାଧରଣ ଲୋକ ଡରୁନାହଁନ୍ତି ବରଂ ସାପ ଆମ ପାଇଁ ଉପକାରୀ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ମତ ପାଇଥିଲେ। ତେବେ ଏ ସମ୍ପର୍କରେ ଲିଲତ ସ୍ନେକ ହେଲ୍ପ ଲାଇନର ସଂମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଲଳିତଙ୍କୁ ଠୁ ଏ ସମ୍ପର୍କରେ ଖବର ପାଇ ନିଜର କୌତୁହଳକୁ ଦମନ କରି ନପାରି ଗତ ରବିବାର ଦିନ ଧାଇଁଗଲେ ବାଙ୍କୀ । ସ୍ଥାନୀୟ ଲୋକ ହରିଚନ୍ଦନ ବାବୁ, ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ଓ ସଦସ୍ୟ ଦୃଗା ମାଧବକୁ ନେଇ ଏକ ଟିମ ପ୍ରସ୍ତୁତ କରି ରବିବାର ସକାଳେ ସେଠାରେ ପହଞ୍ଚି ସାପର ଗତି ବିଧି ଉପରେ ନଜର ରଖିଥିଲେ ।

ତେବେ ମାଛ ବିକ୍ରୀ ହେଉଥିବା ଦିନ ଅର୍ଥାତ ବୁଧ, ଶୁକ୍ର ଓ ରବିବାର ଏଇ ୩ ଦିନ ହିଁ ସେଇ ଧଣ୍ଡ ସାପ  ସେଇ ସ୍ଥାନକୁ ଆସୁଛନ୍ତି । ଅନ୍ୟ ଦିନ ମାନଙ୍କରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନେ ଠିକ ସେଇ ସମୟରେ ସେହି ସ୍ଥାନରେ ଆଉ ସାପଙ୍କୁ ପାଉ ନାହାନ୍ତି । ସତେ ଯେମିତି ମାଛ ବିକୁଥିବା ଯୁଧିଷ୍ଠିର ପ୍ରଧାନଙ୍କ ସହ ଧଣ୍ଡ ସାପ ମାନଙ୍କର ଏକ ଭାଵ ଗତ ସମ୍ପର୍କ ଯୋଡି ହୋଇଯାଇଛି । ଯେଉଁଦିନ ଯୁଧିଷ୍ଠିର ଆସିବେ, ସାପ ମାନେ ଆସିବେ । ଆଉ ଯେଉଁଦିନ ଯୁଧିଷ୍ଠିର ଆସିବେ ନାହିଁ, ସାପ ମାନେ ବି କୁଆଡେ କେଜାଣି ଲୁଚି ଯାଆନ୍ତି ।ସାପ ଓ ମଣିଷର ଲଢେଇ ସାରା ବିଶ୍ୱରେ ଦେଖା ଯାଏ । କିନ୍ତୁ ସାପ ସହ ମଣିଷର ଭଲ ପାଇବା ହୁଏତ ବହୁତ କମ୍‌ ଦେଖାଯାଏ । ୫ଟି ଧଣ୍ଡ ସାପ ଆଉ ସେମାନଙ୍କୁ ଖାଇବାକୁ ଦେଇ ତାଙ୍କର ବନ୍ଧୁ ପାଲଟିଥିବା ଯୁଧିଷ୍ଠିର କିନ୍ତୁ ଏହି ଅସମ୍ଭବକୁ ସମ୍ଭବ କରାଇ ଏବେ ଚର୍ଚ୍ଚାରେ ରହିଛନ୍ତି।

Leave a Reply

Your email address will not be published. Required fields are marked *