ବେକରେ ରଶି ଲଗାଇ ଓଡ଼ିଶୀ ନୃତ୍ୟ ଶିଳ୍ପୀଙ୍କ ଆତ୍ମହତ୍ୟା

ଯାଜପୁର:-ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ବେକରେ ରଶି ଲଗାଇ ଆତ୍ମ ହତ୍ୟା କରିଛନ୍ତି । ମୃତ ନୃତ୍ୟ ଶିଳ୍ପୀ ଯାଜପୁର ସହର ଇନ୍ଦ୍ର ଆଖଣ୍ଡଳେଶ୍ୱର ଅଞ୍ଚଳର ଧିମାନ୍ତ ପାଲଙ୍କ ପୁଅ କାଳୀପ୍ରସାଦ ପାଲ୍‌(୨୫) ବୋଲି ଜଣାପଡ଼ିଛି।

ସୂଚନା ମୁତାବିକ, ଶୁକ୍ରବାର ମଧ୍ୟାହ୍ନରେ ସେ ନିଜ ଶୋଇବା ଘରେ ବେକରେ ରଶି ଲଗାଇ ଆତ୍ମ ହତ୍ୟା କରିଛନ୍ତି । ଶୋଇବା ଘରେ କାଳୀପ୍ରସାଦ ଫ୍ୟାନ୍‌ରେ ରଶି ଲଗାଇ ଝୁଲୁଥିବା ଅବସ୍ଥାରେ ପରିବାର ଲୋକେ କାଳୀ ପ୍ରସାଦଙ୍କୁ ଉଦ୍ଧାର କରି ଯାଜପୁର ଟାଉନ୍‌ ଥାନାକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । କାଳୀ ପ୍ରସାଦଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଥିଲେ । ବହୁ ଅନୁଷ୍ଠାନରେ ଓଡ଼ିଶୀ ନୃତ୍ୟ କରି ପୁରସ୍କୃତ ହୋଇଥିଲେ । କାଳୀପ୍ରସାଦ ବହୁପିଲାଙ୍କୁ ଓଡ଼ିଶୀ ନୃତ୍ୟ ଶିଖାଉଥିଲେ । କରୋନା ପାଇଁ ଗତ ୫ମାସ ହେବ ତାଙ୍କ ନୃତ୍ୟ କ୍ଲାସ୍‌ ବନ୍ଦ ରହିଛି । ଯେଉଥିପାଇଁ ସେ ତାଙ୍କର ନିଜର ଭାରସାମ୍ୟ ହରାଇ ଏଭଳି କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଆତ୍ମହତ୍ୟାର କାରଣ କିଛି ଜଣାପଡ଼ି ନାହିଁ ।

Leave a Reply

Your email address will not be published. Required fields are marked *