ମହାନଦୀ ଜଳ ବିବାଦ ମାମଲା , ୩୬ଟି ପ୍ରସଙ୍ଗ ଉପରେ ଆଜି ଟ୍ରିବ୍ୟୁନାଲରେ ଶୁଣାଣି

ଭୁବନେଶ୍ୱର:- ମହାନଦୀ ଜଳ ବିବାଦ ମାମଲାରେ ଚୂଡାନ୍ତ  ହୋଇଥିବା ୩୬ଟି ପ୍ରସଙ୍ଗ ଉପରେ ଆଜି ଟ୍ରିବ୍ୟୁନାଲରେ ଶୁଣାଣି ହେବ । ଭିଡିଓ  କନଫେରେନ୍ସି ଜରିଆରେ ଶୁଣାଣି ହେବ। ଗତ ଶୁଣାଣିରେ ୩୬ ଟି ପ୍ରସଙ୍ଗ ଚୁଡାନ୍ତ କରିଥିଲେ ଟ୍ରିବ୍ୟନାଲ।  ଏସବୁ ମାମଲା କିପରି ପରିଚାଳନା  ହେବ ତାହା ନିର୍ଦ୍ଧାରଣ କରି ପାରନ୍ତି ଟ୍ରିବ୍ୟୁନାଲ।

ଆଜିର ଶୁଣାଣି ପୂର୍ବରୁ ଓଡିଶା  ସମସ୍ତ ଆବଶ୍ୟକ ଦସ୍ତାବିଜ ଦାଖଲ କରିଛି।  କିନ୍ତୁ ଛତିଶଗଡ ଓ ଅନ୍ୟ ପକ୍ଷ ଦସ୍ତାବିଜ ଦାଖଲ କରି ନଥିବା ସୂଚନା ମିଳିଛି। ମାମଲାକୁ କିଭଳି ପ୍ରଭାବଶାଳୀ  ଢଙ୍ଗରେ ଉପସ୍ଥାପନ  କରାଯିବ ସେ ନେଇ ଓଡିଶାର ଆଇନଜୀବୀ ରଣନୀତି ପ୍ରସ୍ତୁତ କରିଛନ୍ତି।  ତେବେ ଆଜି ଶୁଣାଣି କିପରି ରହିବ ଏବଂ ଟ୍ରିବ୍ୟୁନାଲ  କିପରି ମାମଲାର ଦିଶା ନିର୍ଦ୍ଧାରଣ  କରୁଛନ୍ତି ତାହା ଉପରେ ନଜର ରହିବ।

Leave a Reply

Your email address will not be published. Required fields are marked *