ସାବିତ୍ରୀରେ ଅଘଟଣ, ଯୌତୁକ ପାଇଁ ବୋହୁକୁ ଶାଶୁଘର ଲୋକେ ମାରି ଦେଇଥିବା ଅଭିଯୋଗ

କଟକ:-ଯୌତୁକ ପାଇଁ ବୋହୁକୁ ଶାଶୁଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛିି କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମାଗୁରା ପଂଚାୟତର ରୁଦ୍ରପୁର ଗାଁରୁ । ଏହି ଗାଁର ପ୍ରକାଶ ବ୍ରହ୍ମାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ପଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ତେବେ ଏନେଇ ଲକ୍ଷ୍ମୀପ୍ରିୟା ନିଜେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା କହୁଥିବା ବେଳେ, ଲକ୍ଷ୍ମୀଙ୍କ ବାପଘର ଲୋକ କିନ୍ତୁ ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।ଯାଜପୁର ଜିଲ୍ଲା କୁଆଖିଆ ଥାନାର ଗୋପାଳପୁର ଗାଁର ଗଜେନ୍ଦ୍ର ପଣ୍ଡାଙ୍କ ଝିଅ ଲକ୍ଷ୍ମୀପ୍ରିୟା, ଗତ ଦୁଇବର୍ଷ ତଳେ ପ୍ରକାଶଙ୍କ ସହ ବୈଦିକ ରୀତିରେ ବିବାହ କରିଥିଲେ । ହେଲେ ବିବାହ ଦିନରୁ ତାଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର । ଏନେଇ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି, ଲକ୍ଷ୍ମୀପ୍ରିୟାଙ୍କ ବାପାମା । ଘଟଣା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସ୍ୱାମୀଙ୍କୁ ଅଟକ ରଖି ପଚାରା ଉଚରା କରିବା ସହ ମୃତ୍ୟୁ ଦେହ ବ୍ୟବଛେଦ ନିମନ୍ତେ କଟକ ବଡ ମେଡିକାଲକୁ ପଠାଯାଇଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି ।

Leave a Reply

Your email address will not be published. Required fields are marked *