ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ

ମୁମ୍ବାଇ:– ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ । ଏନେଇ କେନ୍ଦ୍ର ସରକାର ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି। ସେପଟେ ମହାରାଷ୍ଟ୍ର ପୋଲିସକୁ କଡ଼ା ଭାଷାରେ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସିବିଆଇ ତଦନ୍ତ ଭାର ନେବା ପରେ ସୁଶାନ୍ତଙ୍କ ଭଉଣୀ ଏନେଇ ଖୁସି ବ୍ୟକ୍ତି କରିଥିବା ବେଳେ ସୁଶାନ୍ତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେୱାଲ୍‌ ଲେଖିଛନ୍ତି ସେହି ସମୟ ଏବେ ଆସିଯାଇଛି ।

ସିବିଆଇ ପଶିବ। ସୁଶାନ୍ତ ସିଂହ ରାଜପୁତ ମାମଲାରେ କିଏ ଅସଲ ଭିଲେନ ସାମ୍ନାକୁ ଆସିବ । ଆତ୍ମହତ୍ୟା ନା ହତ୍ୟା। ସୁଶାନ୍ତଙ୍କ ଆର୍ଥିକ କାରବାରରେ ହସ୍ତକ୍ଷେପର ଗୁମର ଆଉ ସୁଶାନ୍ତଙ୍କ କ୍ୟାରିୟର ବରବାଦ କରିବା ପାଇଁ ଷଡ଼ଯନ୍ତ୍ର ଏସବୁର ସତ୍ୟାସତ୍ୟ ଉନ୍ମୋଚନ କରିବ ସିବିଆଇ।   ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାର ହେବ ସିବିଆଇ ତଦନ୍ତ ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ବିହାର ସରକାରଙ୍କ ସୁପାରିଶ ଆଧାରରେ ଏହିମାମଲାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏବେ ସିବିଆଇ ତଦନ୍ତ ନିର୍ଦ୍ଦେଶ ପରେ ଖୁସି ବ୍ୟକ୍ତ କରିଛନ୍ତି ସୁଶାନ୍ତଙ୍କ ପରିବାର. ସଂପର୍କୀୟ ଓ ଫ୍ୟାନ୍‌ ।

ସେପଟେ ମାମଲା ବିହାରରୁ ମୁମ୍ବାଇ ଆଣିବାକୁ ରିୟା ଚକ୍ରବର୍ତ୍ତୀ କରିଥିବା ଆବେଦନର ଶୁଣାଣି ସୁପ୍ରିମ୍‌କୋର୍ଟରେ ହୋଇଛି। ମାମଲା ବିହାରରୁ ମୁମ୍ବାଇକୁ ଆଣିବାକୁ କୋର୍ଟ କୌଣସି ରାୟ ଶୁଣାଇନଥିଲେ ବି ବିହାର, ମୁମ୍ବାଇ ପୋଲିସ ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ସେହିପରି ସୁଶାନ୍ତଙ୍କ ବାପାଙ୍କୁ ୩ ଦିନ ମଧ୍ୟରେ ରିୟାଙ୍କ ଆବେଦନ ଉପରେ କରିଥିବା  କ୍ୟାଭେଟ୍ ର ଜବାବ ରଖିବାକୁ କହିଛନ୍ତି । କେନ୍ଦ୍ର ସରକାର ତାଙ୍କ ଜବାବରେ କହିଛନ୍ତି ମାମଲା ସିବିଆଇକୁ ଦିଆଯାଇଛି । ମହାରାଷ୍ଟ୍ର ସରକାର କହିଛନ୍ତି ବିହାର ପୋଲିସ ରାଜନୈତିକ ଅଭିସନ୍ଧି ରଖି ଏସବୁ କରୁଛି । ମାମଲାରେ ବିହାର ପୋଲିସ ତଦନ୍ତର କୌଣସି ଆବଶ୍ୟକତା ନାହିଁ। ଅନ୍ୟପଟେ ବିହାର ଆଇପିଏସ୍‌ ମୁମ୍ବାଇରେ ବାଧ୍ୟତାମୂଳକ କ୍ବାରାଣ୍ଟାଇନ୍‌କୁ ନାପସନ୍ଦ କରିଛନ୍ତି ସୁପ୍ରିମ୍‌କୋର୍ଟ । ସୁଶାନ୍ତଙ୍କ ମୃତ୍ୟୁର ସ୍ଥିତାବସ୍ଥା ଜଣାଇବାକୁ  କୋର୍ଟ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *