ସୁଶାନ୍ତ ସିଂ ପୂର୍ବତନ ମ୍ୟାନେଜର ଦିଶା ସାଲିୟାନ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ

ମୁମ୍ବାଇ – ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତାଙ୍କର ପୂର୍ବତନ ମ୍ୟାନେଜର ଦିଶା ସାଲିୟାନଙ୍କର ପୋଷ୍ଟମର୍ଟମ ରିପୋର୍ଟ ନେଇ ବଡ଼ ଖୁଲାସା ହୋଇଛି । ସେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଖବର ପ୍ରସାରିତ ହୋଇଥିଲା । ତାଙ୍କ ମୃତ୍ୟୁର ୨ ଦିନ ପରେ ହୋଇଥିଲା ଦିଶାଙ୍କର ପୋଷ୍ଟମର୍ଟମ ହୋଇଥିଲା । ଦିଶାଙ୍କ ଶରୀରରେ ବିଭିନ୍ନ କ୍ଷତ ଚିହ୍ନ ରହିଥିଲା । ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ ଦୀଶା ବୋଲି ରିପୋର୍ଟ ଆସିଛି ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ । ଏନେଇ କେନ୍ଦ୍ର ସରକାର ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି। ସେପଟେ ବିହାର ପୋଲିସକୁ କଡ଼ା ଭାଷାରେ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସିବିଆଇ ତଦନ୍ତ ଭାର ନେବା ପରେ ସୁଶାନ୍ତଙ୍କ ଭଉଣୀ ଏନେଇ ଖୁସି ବ୍ୟକ୍ତି କରିଥିବା ବେଳେ ସୁଶାନ୍ତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେୱାଲ୍ ଲେଖିଛନ୍ତି ସେହି ସମୟ ଏବେ ଆସିଯାଇଛି ।

ବହୁ ବାଦ ବିବାଦର ଅନ୍ତ ଘଟିଛି । ଶେଷରେ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାର ହେବ ସିବିଆଇ ତଦନ୍ତ ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ବିହାର ସରକାରଙ୍କ ସୁପାରିଶ ଆଧାରରେ ଏହିମାମଲାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ସୁଶାନ୍ତ ସିଂହ ରାଜପୁତଙ୍କ ବାପାଙ୍କ ଅନୁରୋଧ ପରେ ବିହାର ସରକାର ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ସିବିଆଇ ଦ୍ବାରା କରିବାକୁ କେନ୍ଦ୍ର ସରକାରଙ୍କ ଅନୁରୋଧ କରିଥିଲେ । ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ ବିହାର ଓ ମହାରାଷ୍ଟ୍ର ପୋଲିସ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ବିହାର ପୋଲିସକୁ ତଦନ୍ତ ପାଇଁ ମହାରାଷ୍ଟ୍ର ପୋଲିସ ସହଯୋଗ କରୁନଥିବା ଅଭିଯୋଗ ଉଠିଥିଲା । ଏପିରିକି ବିହାରର ଜଣେ ଆଇପିଏସ୍ ଅଧିକାରୀଙ୍କୁ ମୁମ୍ବାଇ ପୋଲିସ କ୍ବାରାଣ୍ଟାଇନ୍ରେ ପୁରାଇ ଦିଆଯାଇଥିଲା । ଯାହାକୁ ନେଇ ବେଶ ସମାଲୋଚନାର ଶିକାର ହୋଇଥିଲା ମୁମ୍ବାଇ ପୋଲିସ । ଏବେ ସିବିଆଇ ତଦନ୍ତ ନିର୍ଦ୍ଦେଶ ପରେ ଖୁସି ବ୍ୟକ୍ତ କରିଛନ୍ତି ସୁଶାନ୍ତଙ୍କ ପରିବାର. ସଂପର୍କୀୟ ଓ ଫ୍ୟାନ୍ ।

ସେପଟେ ମାମଲା ବିହାରରୁ ମୁମ୍ବାଇ ଆଣିବାକୁ ରିୟା ଚକ୍ରବର୍ତ୍ତି କରିଥିବା ଆବେଦନର ଶୁଣାଣି ସୁପ୍ରିମ୍କୋର୍ଟରେ ହୋଇଛି । ମାମଲା ବିହାରରୁ ମୁମ୍ବାଇକୁ ଆଣିବାକୁ କୋର୍ଟ କୌଣସି ରାୟ ଶୁଣାଇନଥିଲେ ବି ବିହାର, ମୁମ୍ବାଇ ପୋଲିସ ଓ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରିକରିଛନ୍ତି । ସେହିପରି ସୁଶାନ୍ତଙ୍କ ବାପାଙ୍କୁ ୩ ଦିନ ମଧ୍ୟରେ ରିୟାଙ୍କ ଆବେଦନ ଉପରେ କରିଥିବା କ୍ୟାଭେଟ୍ ର ଜବାବ ରଖିବାକୁ କହିଛନ୍ତି । କେନ୍ଦ୍ର ସରକାର ତାଙ୍କ ଜବାବରେ କହିଛନ୍ତି ମାମଲା ସିବିଆଇକୁ ଦିଆଯାଇଛି । ମହାରାଷ୍ଟ୍ର ସରକାର କହିଛନ୍ତି ବିହାର ପୋଲିସ ରାଜନୈତିକ ଅଭିସନ୍ଧ ରଖି ଏସବୁ କରୁଛି । ମାମଲାରେ ବିହାର ପୋଲିସ ତଦନ୍ତର କୌଣସି ଆବଶ୍ୟକତା ୱାହିଁ ।ଅନ୍ୟପଟେ ବିହାର ଆଇପିଏସ୍ ମୁମ୍ବାଇରେ ବାଧ୍ୟତାମୂଳକ କ୍ବାରାଣ୍ଟାଇନ୍କୁ ନାପସନ୍ଦ କରିଛନ୍ତି ସୁପ୍ରିମ୍କୋର୍ଟ । ଏହାଭଲ ବାର୍ତ୍ତାଦେଉନାହିଁ ବୋଲି ମହାରାଷ୍ଟ୍ର ପୋଲିସକୁ ଭର୍ସନା କରିଛନ୍ତି କୋର୍ଟ । ସୁଶାନ୍ତଙ୍କ ମୃତ୍ୟୁର ସ୍ଥିତାବସ୍ଥା ଜଣାଇବାକୁ କୋର୍ଟ ମମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ସିବିଆଇ ତଦନ୍ତ ନିର୍ଦ୍ଦେଶ ପରେ ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂ ଟ୍ବିଟ୍ କରି ଖୁସି ବ୍ୟକ୍ତି କରିଛନ୍ତି । ଲେଖିଛନ୍ତି ଏବେ ସୁଶାନ୍ତଙ୍କୁ ନ୍ୟାୟ ମିଳିବା ଆଶା ଉଦ୍ଜୀପିତ ହୋଇଛି । ସେହିଭଳି ସୁଶାନ୍ତଙ୍କ ପୂର୍ବତନ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେୱାଲ୍ ଟ୍ବିଟ୍ କରି ଲେଖିଛନ୍ତି ଅପେକ୍ଷା କରିଥିବା ସେହି ସମୟ ଏବେ ଆସିଯାଇଛି ।

Leave a Reply

Your email address will not be published. Required fields are marked *