ଆତଙ୍କ ଖେଳାଇଥିବା ବାଘର ମୃତ୍ୟୁ, ରେଳଧାରଣାରୁ ମିଳିଲା ମୃତଦେହ

ସୁନ୍ଦରଗଡ:- ସୁନ୍ଦରଗଡ ଜିଲ୍ଲା ହେମଗିରି ରେଞ୍ଜରେ ବାଘ ଆକ୍ରମଣରେ ୪ ଜଣ ଆହତ ଘଟଣା । ଅଞ୍ଚଳରେ ଆତଙ୍କ ଖେଳାଇଥିବା ବାଘର ମୃତଦେହ ଗାଁ ନିକଟ ରେଳ ଧାରଣାରୁ ଉଦ୍ଧାର ହୋଇଛି । ଗାଁ ନିକଟ ରେଳ ଧାରଣାରୁ ମିଳିଛି କଲରାପତରିଆ ବାଘର ମୃତଦେହ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ବାଘ ମୃତ୍ୟୁର କାରଣ ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ରେ ଗତକାଲି ରାତି ପ୍ରାୟ 9 ଟା ସମୟ ରେ  ହେମଗିରି ଫରେଷ୍ଟ ରେଞ୍ଜର ବଡ ରମ୍ପିୟା ଗାଁରେ କଲରାପତରିଆ ଆତଙ୍କ ଖେଳାଇଥିଲା ।  ବାଘ ଚାରି ଜଣଙ୍କୁ  ଆକ୍ରମଣ କରି ଘାଇଲା କରିଦେଇଥିଲା । କିନ୍ତୁ ଆଜି ସକାଳ ସମୟରେ ସେହି କଲରାପତରିଆ ବାଘର ମୃତ ଦେହ ନିକଟସ୍ଥ ରେଲୱେ ଲାଇନରୁ ଉଦ୍ଧାର ହୋଇଛି । ବାଘର ମୃତ୍ୟୁ କିପରି ହେଲା ତାହା ଅସ୍ପଷ୍ଟ ରହିଛି । ସେପଟେ ବାଘକୁ ସ୍ଥାନୀୟ ଲୋକ ହତ୍ୟା କରିଥିବା ସନ୍ଦେହ କରାଉଛି । ବାଘକୁ ମାରି ରେଲୱେ ଲାଇନକୁ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି  ।  ବାଘକୁ ରେଲୱେ ଦୁର୍ଘଟଣା ଦର୍ଶାଇବା ତାକୁ ରେଲୱେ ଟ୍ରାକରେ ଫୋପାଡି ଦେଇଥିବା ଜଣାପଡ଼ିଛି । ତେବେ ବାଘ ମୃତ୍ୟୁର ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରହିଛି ।

Leave a Reply

Your email address will not be published. Required fields are marked *