ବିଷ୍ଣୁପଦ ସେଠୀଙ୍କୁ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ୱ,

ଭୁବନେଶ୍ୱର:-ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ଡେପୁଟେସନ୍‌ ଅବଧି ଆଜି ଶେଷ ହୋଇଛି । ଉକ୍ତ ସ୍ଥାନରେ ଆଇଏଏସ୍‌ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏନେଇ ଆଜି ବିଧିବଦ୍ଧ ଭାବେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ବିଷ୍ଣୁପଦ ସେଠୀ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ସଂସ୍କୃତି ବିଭାଗର ସଚିବ ଭାବେ ଦାୟିତ୍ୱରେ ରହିସାରିଛନ୍ତି । ଶ୍ରୀ ସେଠୀଙ୍କ ପୂର୍ବରୁ ଗତ ୩୧ତାରିଖରେ ଓଡ଼ିଶା ପର୍ଯ୍ୟଟନ ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର କମିଶନର ତଥା ଶାସନ ସଚିବ ବିଶାଳ କୁମାର ଦେବଙ୍କୁ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା ।

ନିର୍ଦ୍ଧାରିତ ତାରିଖ ଅନୁସାରେ ଆଜି ମନୋରଞ୍ଜନ ପାଣିଗ୍ରାହୀଙ୍କ ଡେପୁଟେସନ୍‌ ଅବଧି ଶେଷ ହେଉଛି । ଏନେଇ ଗତ ୨୭ ତାରିଖରେ ବିଧିବଦ୍ଧଭାବେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେ ଦୀର୍ଘ ୫ ବର୍ଷ ହେବ ଡେପୁଟେସନରେ ଆସିଥିଲେ । ୨୦୧୫ରେ ଅଗଷ୍ଟ ୫ତାରିଖରେ ଡେପୁଟେସନ୍‌ରେ ଆସି ରାଜ୍ୟ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି ପାଇଥିଲେ । କିଛି ମାସ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ

Leave a Reply

Your email address will not be published. Required fields are marked *