ସୁଶାନ୍ତ ସିଂହ ରାଜପୁତ ମାମଲାରେ ମୁମ୍ବାଇ ପୋଲିସ ଓ ବିହାର ପୋଲିସ ମଧ୍ୟରେ ଟକ୍କରାଟକ୍କରି ସ୍ଥିତି
ମୁମ୍ବାଇ – ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାରେ ତଦନ୍ତ ଯେତିକି ରହସ୍ୟଜନକ ମୋଡ଼ ନେଉଛି ଏହାକୁ ନେଇ ରାଜନୀତି ମଧ୍ୟ ତେଜ୍ ହେବାରେ ଲାଗିଛି। କଥା ଆଜି ବିହାର ବିଧାନସଭାରେ ଉଠିଛି। ମୁମ୍ବାଇ ପୋଲିସ ଓ ବିହାର ପୋଲିସ ମଧ୍ୟରେ ଟକ୍କରାଟକ୍କରି ସ୍ଥିତିକୁ ଆସିଲାଣି। ତଦନ୍ତରେ ସାମିଲ ହେବା ଲାଗି ପହଞ୍ଚିଥିବା ବିହାର ଆଇପିଏସଙ୍କୁ ମୁମ୍ବାଇରେ କ୍ବାରାଣ୍ଟାଇନ କରିଦିଆଯିବାକୁ ନେଇ ଏବେ ବିବାଦ ଦେଜିଛି।ମୁମ୍ବାଇରେ ପହଞ୍ଚିଥିଲେ ତଦନ୍ତ କରିବାକୁ କିନ୍ତୁ କ୍ବାରାଣ୍ଟାଇନ ହୋଇ ବନ୍ଦୀ । ଦେଖୁନାହାନ୍ତି ପୋଲିସ ହାତରେ ଲାଗିଛି କ୍ବାରାଣ୍ଟାଇନ ଷ୍ଟାମ୍ପ। ଏମିତି କିଛି ଘଟିଛି ସୁଶାନ୍ତ ସିଂହ ରାଜପୁତ ମାମଲାର ତଦନ୍ତରେ ସାମିଲ ହେବାକୁ ମୁମ୍ବାଇରେ ପହଞ୍ଚିଥିବା ପାଟନା ସିଟି ଏସପି ବିନୟ ତିୱାରୀଙ୍କ ସହିତ। ମୁମ୍ବାଇରେ ପହଞ୍ଚିବା ପରେ ତାଙ୍କୁ ଗେଷ୍ଟ ହାଉସରେ ବନ୍ଦ କରିଦିଆଯାଇଛି। ହାତରେ କ୍ବାରାଣ୍ଟାଇନ ଷ୍ଟାମ୍ପ ଲଗାଇ ଦିଆଯାଇଛି। ଜଣେ ଆଇପିଏସ ଅଧିକାରୀଙ୍କୁ ବଳପୂର୍ବକ କ୍ବାରାଣ୍ଟାଇନ କରାଯିବାକୁ ନେଇ ତେଜିଛି ବିବାଦ। ବିହାର ବିଧାନସଭାରେ କଥା ଉଠିଛି। ମୁମ୍ବାଇ ପୋଲିସ ଘଟଣାରେ କିଛି ରହସ୍ୟ ଲୁଚାଉଛି। ତେଣୁ ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି ବିଭିନ୍ନ ଦଳର ବିଧାୟକ। ମାମଲାର ତଦନ୍ତ କରିବାକୁ ଯାଇଥିବା ବିହାର ପୋଲିସକୁ ସହଯୋଗ ମିଳୁନଥିବା ବାରମ୍ବାର ଅଭିଯୋଗ ହେଉଛି। ଯେଉଁଥିରେ ଏବେ ମୁମ୍ବାଇ ପୋଲିସକୁ ସନ୍ଦେହ ଘେରରେ ଦେଖୁଛନ୍ତି ଅନେକ ରାଜନେତା। ସେପଟେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପଛରେ କିଛି ବଡ଼ ରାଜନେତାଙ୍କର ହାତ ରହିଛି ଏବଂ ତାଙ୍କୁ ମୁମ୍ବାଇ ପୋଲିସ ଘଣ୍ଟ ଘୋଡ଼ାଉଛି ବୋଲି ବି କଥା ଉଠିଲାଣି। ଯାହାକୁ ନେଇ ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୋଲିସ ଏବେ ଚାପରେ ଆସିଯାଇଛନ୍ତି। ଘଟଣାର ଅନୁଧ୍ୟାନ କରିଛନ୍ତି ନିଜେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଯେତେବେଳେ ମାମଲାର ତଦନ୍ତ ମୁମ୍ବାଇ ପୋଲିସ କରୁଛି ଭରସା ରଖିବାକୁ ମୁମ୍ବାଇ ପୋଲିସ କମିଶନର କହୁଥିବା ବେଳେ କୌଣସି ରାଜନେତାଙ୍କ ନାଁ ଆସିନାହିଁ ବୋଲି କହିଛି।ସୁଶାନ୍ତ ସିଂହ ରାଜପୁତ ଜୁନ୍ ୧୪ରେ ଆତ୍ମହତ୍ୟା କରିଥିବା ନେଇ କୁହାଯାଇଥିଲା। ତେବେ ପାଟନାରେ ତାଙ୍କ ପରିବାର ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ଏତଲା ରୁଜୁ କରିବା ପରେ ଘଟଣାକୁ ନେଇ ଏବେ ତନାଘନା ଯେତିକି ବଢ଼ିଛି ସେତିକି ରାଜନୀତି ବଢିଛି। ସେପଟେ ମୁମ୍ବାଇ ପୋଲିସ ରିୟା ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ କରିଛି। ତେବେ ବିହାର ପୋଲିସର ସମନ ତାଙ୍କୁ ମିଳିନାହିଁ ଏବଂ ବିହାର ପୋଲିସର ତଦନ୍ତ କରିବାର
ବର୍ତ୍ତମାନ ସୁଦ୍ଧା ୫୬ ଜଣଙ୍କ ବୟାନ ରେକର୍ଡ ହୋଇଛି।