ଆତ୍ମହତ୍ୟା ପୂର୍ବରୁ ସୁଶାନ୍ତ ଗୁଗୁଲରେ ସର୍ଚ୍ଚ କରିଥିଲେ ଏହି ୩ଟି ଜିନିଷ
ମୁମ୍ବାଇ:-ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ ଏବେ କିଛି ଗୁରୁତ୍ବପୂର୍ଣ୍ଣ ଖୁଲାସା କରିଛି। ସୋମବାର ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ କହିଛନ୍ତି, ସୁଶାନ୍ତ ଆତ୍ମହତ୍ୟା ପୂର୍ବରୁ ଗୁଗୁଲରେ ଅନେକ ଗୁଡିକ ଜିନିଷ ସର୍ଚ୍ଚ କରିଥିଲେ। ଏହା ଭିତରେ ବାଇପୋଲାର ଡିସଅର୍ଡର ଓ ସ୍କିଜୋଫ୍ରେନିଆ ଭଳି ଗମ୍ଭୀର ମାନସିକ ରୋଗ ରହିଛି ଓ ଏହି ରୋଗୀଙ୍କୁ ସବୁବେଳେ ଘାତକ ପରିମାଣ ସାମନାକୁ ଆସିଥାଏ।
ପରମବୀର ସିଂ କହିଛନ୍ତି, ଏହି ଫ୍ଲାଟରେ ସୁଶାନ୍ତ ଆତ୍ମହତ୍ୟା କରିବା ଦିନ ଅର୍ଥାତ ୧୪ ଜୁନରେ ସିଲ୍ କରିଦିଆଯାଇଥିଲା। ସେଭଳି ଫରେନସିକ୍ ଟିମ୍ ୧୫ ଜୁନରେ ପହଁଞ୍ଚିଥିଲେ। ଏହାଛଡା ଫ୍ଲାଟରେ ଡାକ୍ତରଙ୍କ ଟିମ୍ ମଧ୍ୟ ପହଁଞ୍ଚିଥିଲେ। ଏହାପରେ ଫ୍ଲାଟକୁ ଡି-ସିଲ୍ କରାଯାଇଥିଲା। ଆମର ଷ୍ଟେଟମେଣ୍ଟ କୁହନ୍ତି ଯେତେବେଳେ ସୁଶାନ୍ତଙ୍କ ନାମ ସାମନାକୁ ଆସୁଥିଲା ସେ ଖୁବ୍ ଡିଷ୍ଟର୍ବ ଅନୁଭବ କରୁଥିଲେ। ସେ ଦୀଶାଙ୍କୁ କେବଳ ଥରେ ଦେଖା କରିଥିଲେ। ସେ ଦୀଶାଙ୍କ ଓକିଲଙ୍କୁ ମେସେଜ୍ ଦେଖିଥିଲେ ତାଙ୍କୁ କାହିଁକି ଏହି ମାମଲାକୁ ଟଣାଯାଉଛି? ସୁଶାନ୍ତଙ୍କ ଗୁଗୁଲ ସର୍ଚ୍ଚ ହିଷ୍ଟ୍ରୀ ବିଷୟରେ ଯଦି କଥା ହେବା ତେବେ ସେ କଷ୍ଟକମ୍ ହୋଉପାରୁଥିବା ମୃତ୍ୟୁ, ବାଇପୋଲାର ଡିସଅର୍ଡର, ସିଜ୍ରୋଫୋନିଆ ଓ ନିଜର ନାମକୁ ଗୁଗୁଲରେ ସର୍ଚ୍ଚ କରିଥିଲେ।
ଉଲ୍ଲେଖନୀୟ ଯେ, କିଚି ଦିନ ପୂର୍ବରୁ ସୁଶାନ୍ତଙ୍କ ଥେରାପିଷ୍ଟ କହିଥିଲେ, ସୁଶାନ୍ତ ମାନସିକ୍ ରୋଗ ଦେଇ ଗତି କରୁଛନ୍ତି ଓ ରିୟା ତାଙ୍କ ସହିତ ସେହି ସମୟରେ ସାଥ୍ ଦେଇଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ, ଗତ କିଛି ସମୟ ଧରି ତାଙ୍କର କ୍ଲାଏଣ୍ଟଙ୍କୁ ନେଇ ଚାଲୁଥିବା ବିଭିନ୍ନ ପ୍ରକାର ଗୁଜବ ଉପରେ ରିବାମ ଲଗାଇବା ପାଇଁ ସେ ସାମନାକୁ ଆସିଛନ୍ତି। ଏହି ମହିଳା ଥେରାପିଷ୍ଟଙ୍କ ବୟାନ ସେହି ସମୟରେ ଆସିଛି ଯେତେବେଳେ ତାଙ୍କର ଭିଣୋଇ ବିଶାଲ ଏକ ବ୍ଲଗରେ ଲେଖିଥିଲେ ଓ ଥେରାପିଷ୍ଟ ଏବଂ ରିୟାଙ୍କୁ ନେଇ ପ୍ରଶ୍ନ ଉଠାଇଥିଲେ। ବିଶାଲ କହିଥିଲେ, କୌଣସି ଥେରାପିଷ୍ଟ ନିଜର କ୍ଲାଏଣ୍ଟ(ସୁଶାନ୍ତ)ଙ୍କ ମେଡିକାଲ ହିଷ୍ଟ୍ରୀ ପବ୍ଲିକ ନକରିବା କେବଳ କ୍ଲାଏଣ୍ଟର ପ୍ରାଇଭେସିର ଉଲଂଘନ ବଂର ବେଆଇନ୍ ମଧ୍ୟ। ସେ କହିଛନ୍ତି, ମାତ୍ର ୩-୪ ମାସରେ ଓ କିଛି ଆପଏଣ୍ଟମେଣ୍ଟ ସାହାରେ ଥେରାପିଷ୍ଟ ସୁଶାନ୍ତଙ୍କ ମେଣ୍ଟାଲ ହେଲଥକୁ ନେଇ ଏଭଳି ଦାବି କରିପାରିବୁ ନାହିଁ।