ସୁଶାନ୍ତ ସିଂହ ମୃତ୍ୟୁ ମାମଲା : ତଦନ୍ତ ପାଇଁ ଯାଇଥିବା IPS ଅଧିକାରୀ କ୍ୱାରେଣ୍ଟାଇନ୍‌ରେ, ନୀତିଶ୍ କହିଲେ ଏହା ଠିକ୍‌ ନୁହେଁ

ମୁମ୍ବାଇ:- ବଲିଉଡ୍‌ ଅଭିନେକା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ଇତିମଧ୍ୟରେ ଏକାମାସରୁ ଅଧିକ ସମୟ ବିତିଗଲାଣି । କିନ୍ତୁ ଘଟଣାରେ ପ୍ରତିଦିନ କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୁଶାନ୍ତ ସିଂହଙ୍କ ବାପାଙ୍କ ଅଭିଯୋଗ ଆଧାରରେ ତଦନ୍ତ କରୁଥିବା ବିହାର ପୋଲିସ ଅଫିସର ମୁମ୍ବାଇରେ ହଟହଟା ହେବାକୁ ପଡିଛି ।  ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ପାଇଁ ମୁମ୍ବାଇରେ ପହଞ୍ଚିଥିବା ପାଟନା ଏସପି ବିନୟ ତିୱାରୀଙ୍କୁ ୧୪ ଦିନ ପାଇଁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ଏସପି ତିୱାରୀ ରବିବାର ମୁମ୍ବାଇରେ ପହଞ୍ଚିଥିଲେ। ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଟିମ୍‌ ସହିତ ତାଙ୍କର ସାକ୍ଷାତ ହୋଇଥିଲା ।

ସୂଚନାଯୋଗ୍ୟ ଯେ,  ବିଳମ୍ବିତ ରାତିରେ ଏସପି ବିନୟ ତିୱାରୀ ତାଙ୍କ ଟିମ୍‌ ସହିତ ସୁଶାନ୍ତ ସିଂ ରାଜପୁତଙ୍କ ସହ ଜଡିତ ଜଣେ ସନ୍ଦିଗ୍ଧଙ୍କୁ ପଚରାଉଚରା କରୁଥିଲେ। ଠିକ୍‌ ଏହି ସମୟରେ, ବିଏମ୍‌ସି ଦଳ ସେଠାରେ ପହଞ୍ଚି ଏସପିଙ୍କୁ କ୍ବାରେଣ୍ଟାଇନ୍‌ କରିଥିଲେ ଏବଂ ତା’ପରେ ତାଙ୍କ ହାତରେ କ୍ବାରେଣ୍ଟାଇନ୍‌ ଲେଖାଥିବା ଷ୍ଟାମ୍ପ୍ ମଧ୍ୟ ଲଗାଇ ଦେଇଥିଲେ। ଏମାନେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ , ଏସ୍‌ପି କାହା ସହିତ ମିଶି ପାରିବେ ନାହିଁ । ଏଠାରୁ ଗୋଟେ କଥା ସ୍ପଷ୍ଟ ଯେ, ଏବେ କୌଣସି ଯାଞ୍ଚରେ ଏସ୍‌ପି ଅଫିସର ସାମିଲ ହେବେନାହିଁ । ତେବେ ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଏସ୍‌ପିଙ୍କୁ କ୍ୱାରେଣ୍ଟାଇନ୍‌ କରିବା ନେଇ ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏସ୍‌ପି କ୍ଷେତ୍ରରେ ଯାହା ହୋଇଛି, ତାହା ଠିକ୍‌ ନୁହେଁ ।ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ ମଧ୍ୟ ଏସପିଙ୍କ ହାତରେ ଲାଗିଥିବା ଷ୍ଟାମ୍ପର ଫଟୋ ଟ୍ବିଟ କରିଛନ୍ତି। ଗୁପ୍ତେଶ୍ୱର ପାଣ୍ଡେ ଏକ ଭିଡିଓ ଟ୍ୱିଟ୍ କରି ଲେଖିଛନ୍ତି, ‘ଏମାନେ ବିହାର କ୍ୟାଡର ଆଇପିଏସ୍ ଅଧିକାରୀ ବିନୟ ତିୱାରୀ । ସୁଶାନ୍ତ ସିଂହଙ୍କ ମୃତ୍ୟୁ ଘଟଣାରେ ଏହି ଅଧିକାରୀଜଣଙ୍କ ସରକାରୀ ଗସ୍ତରେ ଅଛନ୍ତି । କିନ୍ତୁ ସେଠାରେ ସେ, ପହଞ୍ଚିବା ପରେ ମୁମ୍ବାଇରେ ଜବରଦସ୍ତ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ବର୍ତ୍ତମାନ ସେମାନେ ଏଠାରୁ ବାହାରି ପାରିବେ ନାହିଁ । ଏ ଘଟଣାକୁ ନେଇ ମୁଁ ମହାରାଷ୍ଟ୍ର ଡିଜିପିଙ୍କ ସହ କଥା ହେବି ।

Leave a Reply

Your email address will not be published. Required fields are marked *