ଡାକ୍ତର ବେଶରେ ଶ୍ରୀଗଣେଶ: PPE କିଟ୍ ପିନ୍ଧି ରୋଗୀଙ୍କୁ କରୁଛନ୍ତି ଚିକିତ୍ସା,

କର୍ଣ୍ଣାଟକ;- ଚଳିତ ମାସ ୨୨ ତାରିଖରେ ଦେଶବ୍ୟାପୀ ଶ୍ରୀଗଣେଶ ପୂଜା ପାଳିତ ହେବ । ମୂର୍ତ୍ତିକାରମାନେ ଗଜାନନଙ୍କ ମୂର୍ତ୍ତି ନିର୍ମାଣ କାମ ତ୍ୱରିତ କରିଛନ୍ତି । ଏ ନେଇ ଅନ୍ୟାନ୍ୟ ପ୍ରସ୍ତୁତିପର୍ବ ମଧ୍ୟ ଦ୍ରୁତ ହୋଇଛି । କରୋନା ସଙ୍କଟ ଯୋଗୁ, ଚଳିତ ବର୍ଷ ଭକ୍ତଙ୍କ ବିନା ଗଜାନନଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁର ମୂର୍ତ୍ତିକାରମାନେ ଗଣେଶ ମହାପ୍ରଭୁଙ୍କୁ ଡାକ୍ତର ବେଶ ପ୍ରଦାନ କରିଛନ୍ତି ।କର୍ଣ୍ଣାଟକ ସହରର ମୂର୍ତ୍ତିକାରମାନେ ଶ୍ରୀଗଣେଶଙ୍କ ମୂର୍ତ୍ତିକୁ ଡାକ୍ତରଙ୍କ ବେଶରେ ସୁସଜ୍ଜିତ କରିଛନ୍ତି । ଏ ନେଇ ଏକ ଫଟୋ ସେୟାର କରାଯାଇଛି, ଯେଉଁଥିରେ ଶ୍ରୀଗଣେଶ ମହାପ୍ରଭୁ ଡାକ୍ତର ରୂପେ ପିପିଇ କିଟ୍‌ ପିନ୍ଧି କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି । ଶ୍ରୀଗଣେଶଙ୍କ ପାଖରେ ମୂଷିକରାଜ ଠିଆ ହୋଇଛନ୍ତି, ଯିଏକି ଡାକ୍ତର ବ୍ୟବହାର କରୁଥିବା ସାମଗ୍ରୀଯୁକ୍ତ ଟ୍ରେ ଧରିଛନ୍ତି । କରୋନା କାଳରେ ଶ୍ରୀଗଣେଶ ଡାକ୍ତର ରୂପରେ ରୋଗୀଙ୍କୁ ଆରୋଗ୍ୟ କରୁଥିବାର ଏହି ଦୃଶ୍ୟ ଏକ ସକାରାତ୍ମକ ବାର୍ତ୍ତା ପ୍ରଦାନ କରୁଛି ।

Leave a Reply

Your email address will not be published. Required fields are marked *