ମାନିଲେନି ସାମାଜିକ ଦୂରତା, ସିଲ୍ ହେଲା ୬ ମିଠା ଦୋକାନ

ଝାରସୁଗୁଡା:–ରାଜ୍ୟ ସରକାର କରୋନା ମୁକାବିଲା ପାଇଁ କଠୋର ପଦକ୍ଷେପ ନେଉଛନ୍ତି । କରୋନା ସ୍ଥିତିକୁ ଦେଖି ସରକାର ଲକ୍‌ଡାଉନ୍‌ , ସଟ୍‌ଡାଉନ୍‌ ଲାଗୁ କରୁଛନ୍ତି । କରୋନା ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ସରକାର ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ଏହିପ୍ରରିପେକ୍ଷୀରେ ଆଜି ଝାରସୁଗୁଡ଼ା ସହରର ୬ଟି ଦୋକାନକୁ ସିଲ୍‌ କରିଛି ପ୍ରଶାସନ ।

ସୂଚନାଯୋଗ୍ୟ ଯେ, ଝାରସୁଗୁଡା ସହରର ୬ମିଠା ଦୋକାନକୁ ସିଲ କରିଛି ଜିଲ୍ଲା ପ୍ରଶାସନ। ଆଜି ସକାଳୁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ମିଠା ଦୋକାନରେ ଗ୍ରାହକଙ୍କ ଭିଡ଼ ଜମିଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ଏହି ଭିଡ଼ ବେଳେ ସାମାଜିକ ଦୂରତାକୁ ପାଳନ କରାଯାଇନଥିଲା । ସାମାଜିକ ଦୂରତା ଅବଲମ୍ବନ କରାଯାଇ ନଥିବା ଅଭିଯୋଗରେ ମିଠା ଦୋକାନକୁ ସିଲ୍‌ କରାଯାଇଛି ।  ତେବେ ଦୋକାନକୁ ସିଲ୍‌ କରିବା ନେଇ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।

Leave a Reply

Your email address will not be published. Required fields are marked *