ଅଗଷ୍ଟ ୩୧ ପର୍ଯ୍ୟନ୍ତ ଗଂଜାମରେ ଜାରି ରହିବ ଲକଡାଉନ

ଗଂଜାମ:- ଗଂଜାମରେ ୩୧ ପର୍ଯ୍ୟନ୍ତ ଲକଡାଉନ ରହିବା ନେଇ ଘୋଷଣା କଲେ ଜିଲ୍ଲାପାଳ । ଜିଲ୍ଲାରେ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ନିଷ୍ପତ୍ତି ନିଆଯାଇଥିବା ନେଇ ମିଳିଛି ସୂଚନା । ଘରକୁ ଘର ବୁଲି ପ୍ରଶାସନ ପକ୍ଷରୁ ଟ୍ରେସିଂ ଚାଲିଛି । ଦୋକାନୀ ଓ ଗରାଖ ଉଭୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସନ୍ଧ୍ୟା ୪ଟା ରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ । ଯେଉଁ ଦୋକାନ ଖୋଲିବ ସେଠାରେ ସାମାଜିକ ଦୂରତା ମାନିବାକୁ ଲୋକମାନେ ବାଧ୍ୟ । ସାମାଜିକ ଦୂରତା ନରଖିଲେ ଜୋରିମାନା ସହ ଦୋକାନ ସିଲ ହେବ । ସଠିକ ଢଙ୍ଗରେ ମାସ୍କ ନପିନ୍ଧିଲେ ବି ଦେବାକୁ ପଡିବ ଜୋରିମାନା ।ଲୋକଙ୍କର କଣ୍ଟାକ୍ଟ ସୂଚନା ଦୋକାନୀମାନଙ୍କୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଳାଠାରୁ ବେକ ପର୍ଯ୍ୟନ୍ତ ମାସ୍କ ପିନ୍ଧିବା ପାଇଁ ହିଁ ପଡିବ  । ସରକାରଙ୍କ ନିୟମ ଅନୁସାରେ ପ୍ରତି ସପ୍ତାହର ଶନିବାର ଓ ରବିବାର ସଟଡାଉନ ରହିବ ଜିଲ୍ଲା । ଶୃଙ୍ଖଳାର ସହ ମାସ୍କ ପିନ୍ଧିରେ ସଂକ୍ରମଣ ଚେନ ଭାଙ୍ଗିବ । ଲକଡାଉନ ପାଇଁ ଜିଲ୍ଲାରେ କରୋନା ନିୟନ୍ତ୍ରଣ ଥିବା କହିଲେ ଜିଲ୍ଲାପାଳ ।ଉପରେ କଟକଣା ଜାରି ରହିବ ।

Leave a Reply

Your email address will not be published. Required fields are marked *