ଦ୍ଵିତୀୟ ସ୍ତ୍ରୀ ଆଣି ଫସିଲେ ସ୍ୱାମୀ, ଥାନା ଆଗରେ ସ୍ୱାମୀଙ୍କୁ ନିର୍ଧୁମ ପିଟିଲେ ପ୍ରଥମ ସ୍ତ୍ରୀ ଓ ପରିବାର,

ପାଟଣା :- ଦ୍ଵିତୀୟ ସ୍ତ୍ରୀ ଆଣି ଫସିଲେ ସ୍ୱାମୀ , ସ୍ୱାମୀଙ୍କୁ ଫାଣ୍ଡି ସମ୍ମୁଖରେ ପୋଲିସ ଆଗରେ ମାଡ଼ । ସ୍ୱାମୀକୁ ପ୍ରଥମ ସ୍ତ୍ରୀ ଓ ତାର ପରିବାର ଲୋକେ ମାଡ଼ ମାରିବା ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାର ଲାଗିଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝରରେ।

କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଲକ ମାଛଗଡ଼ ପଞ୍ଚାୟତ ସୋନାରୀପଶି ଗ୍ରାମର ପରେଶ ମହାନ୍ତଙ୍କ ଝିଅ ଲକ୍ଷ୍ମୀ ମହାନ୍ତ ବଡ଼ବିଲ ଗ୍ରାମର ସୁରେନ୍ଦ୍ର ମହାନ୍ତଙ୍କ ପୁଅ ଗଣେଶ୍ୱର ମହାନ୍ତ ୬ ବର୍ଷ ପୂର୍ବରୁ ବିବାହ କରିଥିଲେ। ଉଭୟଙ୍କ ଗୋଟେ ପୁଅ ଓ ଝିଅ ମଧ୍ୟ ଅଛନ୍ତି । କିନ୍ତୁ ଲକ୍ଷ୍ମୀଙ୍କ ସ୍ୱାମୀ ଗଣେଶ୍ୱର କିଛି ଦିନ ପୂର୍ବରୁ ହରିଚନ୍ଦନପୁର ଅଞ୍ଚଳରୁ ଜଣେ ଯୁବତୀଙ୍କୁ ଆଣି ରଖିବା ପରେ ସ୍ତ୍ରୀ ଏହାକୁ ପ୍ରତିବାଦ କରିଥିଲେ । ଏହାକୁ ନେଇ ସାହାରପଡା ଫାଣ୍ଡିରେ ଗତ ୨୪ ତାରିଖରେ ଅଭିଯୋଗ କରିଥିଲେ ।

ଗତକାଲି ପୋଲିସ ଉଭୟଙ୍କୁ ଫାଣ୍ଡିକୁ ଡକାଇ ଥିବାବେଳେ ଗଣେଶ୍ୱର ଦ୍ୱିତୀୟ ପତ୍ନୀଙ୍କୁ ବିବାହ କରିସାରିଛି । ଏପରି ଜାଣିବା ପରେ ନିଜ ଶଙ୍ଖା ସିନ୍ଦୁର ଭାଗ ହେବା ଦେଖି ସ୍ତ୍ରୀ ସ୍ବାମୀଙ୍କୁ ଫାଣ୍ଡି ଆଗରେ ପୋଲିସ ସମ୍ମୁଖରେ ନିର୍ଧୁମ ଛେଚିଥିଲା। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଏ ଘଟଣାକୁ ନେଇ ଉଭୟ ପକ୍ଷରୁ ଆପୋସ ବୁଝାମଣା ହୋଇଥିବା ସାହାରପଡା ଫାଣ୍ଡି ଅଧିକାରୀ ମନହୋର ମହାନ୍ତ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *