ପୋଲିସ ହାତରେ ଲାଗିଛି ରିୟାଙ୍କ ବିରୋଧରେ ଗୁରୁତ୍ବପୂର୍ଣ୍ଣ ପ୍ରମାଣ, ଖୁବ୍ ଶୀଘ୍ର ବିହାର ପୋଲିସ ଜାରି କରିବ ଲୁକଆଉଟ୍ ନୋଟିସ୍

ମୁମ୍ବାଇ,:-ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିହାର ପୋଲିସର ତଦନ୍ତରେ ଗତି ବଢିବାରେ ଲାଗିଛି। ବିହାର ପୋଲିସ ଏବେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଗୁରୁତ୍ବପୂର୍ଣ୍ଣ  ପ୍ରମାଣ ମିଳୁଛି। ଏସବୁ ପରେ ଏବେ ରିୟା ନିଖୋଜ ହୋଇଯାଇଛନ୍ତି। ପୋଲିସ ତାଙ୍କର ମୋବାଇଲକୁ କଲ୍ କରିବାକୁ କଲ୍ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ। ସୁତ୍ରରୁ ମିଳିଥିବା ଖବର ଅନୁସାରେ, ବିହାର ପୋଲିସ ରିୟାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରିବା ଉପରେ ବିଚାର କରୁଛି।ସୁଶାନ୍ତଙ୍କ ମାମଲାର ତଦନ୍ତ କରିବା ପାଇଁ ଯାଇଥିବା ବିହାର ପୋଲିସ ଟିମ୍ ମୁମ୍ବାଇ ପୋଲିସଠାରୁ ମିଳୁଥିବା ଅସହଯୋଗ ସମସ୍ୟା ଉପରେ ବିଚାର ତଥା ଆଗକୁ ରଣନୀତି ପ୍ରସ୍ତୁତ କରିବା ପାଇଁ ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ। ବୈଠକ ପରେ ଡିଜିପି ମହାରାଷ୍ଟ୍ରଙ୍କ ଡିଜିପିଙ୍କ ସହ କଥା ହୋଇ ଏହି ମାମଲାରେ ସହଯୋଗ ମାଗିଛନ୍ତି।ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ବିହାର ପୋଲିସ ଉଚ୍ଚପଦସ୍ଥ ଅଧିକାରୀ ପୋଲିସ ମୁଖ୍ୟାଳୟରେ ରଣନୀତି ପ୍ରସ୍ତୁତ କରିଛନ୍ତି। ରିୟା ସାମନାକୁ ଆସୁନଥିବାରୁ ତାଙ୍କ ବିରୋଧରେ ଏବେ ଲୁକଆଉଟ୍ ନୋଟିସ୍ ଜାରି କରାଯାଇପାରେ। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇରେ ଯାଞ୍ଚ କରୁଥିବା ବିହାର ପୋଲିସ ଟିମକୁ ବହୁ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି। ପୋଲିସ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ରିୟା ଚକ୍ରବର୍ତ୍ତୀ ପର୍ଯ୍ୟନ୍ତ ପହଁଞ୍ଚିବା ପାଇଁ ପୋଲିସ ଏବେ ସମସ୍ତ ଅଭିଯୋଗ ସମ୍ପର୍କରେ ବଳିଷ୍ଠ ପ୍ରମାଣ ଏକାଠି କରୁଛି। ପ୍ରମାଣ ଏକାଠି କରିବା ପରେ ବିହାର ପୋଲିସ ରିୟାଙ୍କୁ ଗିରଫ କରିବା ନେଇ ଓ୍ବାରେଣ୍ଟ ଜାରି କରିବାକୁ କୋର୍ଟରେ ମାମଲା ରୁଜୁ କରିବେ। ଏହାପରେ ପାଟନା ପୋଲିସ ସେଠାରୁ ମହିଳା ଇନ୍ସପେକ୍ଟର ଓ ମହିଳା ପୋଲିସ କର୍ମଚାରୀଙ୍କ ଟିମ୍ ମୁମ୍ବାଇ ଯିବେ। ଏବେ ପୋଲିସ ରିୟାଙ୍କୁ ପଚରାଉଚରା କରିବା ପାଇଁ ତାଙ୍କର ସନ୍ଧାନରେ ରହିଛି।

Leave a Reply

Your email address will not be published. Required fields are marked *