ନୋଏଡା ସେକ୍ଟର ୧୧ରେ ଭୂଷୁଡିଲା ନିର୍ମାଣାଧୀନ ଭବନ

ନୂଆଦିଲ୍ଲୀ:-ଉତ୍ତର ପ୍ରଦେଶ ନୋୟେଡା ସେକ୍ଟର ୧୧ରେ ଶୁକ୍ରବାର ଏକ ନିର୍ମାଣାଧୀନ ଭବନ ଭୂଷୁଡି ପଡିଛି। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଥିବା ବେଳେ ଭଙ୍ଗା ବିଲ୍ଟିଂ ତଳେ କିଛି ଲୋକେ ଦବି ରହିଥିବାର କୁହାଯାଉଛି। ବିଲ୍ଡିଂ ଭୂଷୁଡି ପଡିବା ସୂଚନା ଆଧାରରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୋଏଡା ପୋଲିସ କମିସନରଙ୍କୁ ଘଟଣା ସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ବିଲ୍ଡିଂ ତଳୁ ଉଦ୍ଧାରକାରୀ ୪ ଜଣଙ୍କୁ ବାହାର କରିଥିବା ବେଳେ ସେମାନଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି। କୁହାଯାଉଛି ବିଲ୍ଡିଂରେ ପ୍ରାୟ ୧୦ ଜଣ ଲୋକେ କାମ କରୁଥିଲେ। ଏଣୁ ଭଙ୍ଗା ଘର ତଳେ ଆହୁରି ଲୋକେ ଦବି ରହିଥିବାର ଆଶଙ୍କା କରାଯାଉଥିବା ବେଳେ ଘଟଣାସ୍ଥଳରେ ଏନଡିଆରଏଫ ପହଞ୍ଚି ଉଦ୍ଧାର ତ୍ୱରାନ୍ୱୀତ କରିଛନ୍ତି।

ଭୂଷୁଡି ପଡିଥିବା ବିଲ୍ଡିଂଟି ସେକ୍ଟର ୨୪ ଥାନା ଅଞ୍ଚଳରେ ରହିଛି। ଏକ କମ୍ପାନୀର ବିଲ୍ଡିଂ ନିର୍ମାଣ ବେଳେ ଏହି ଦୁର୍ଘଟଣା ଘଟିଛି। ବିଲ୍ଡିଂର ସମ୍ମୁଖ ସଟରିଂ ଅଂଶଟି ଧସି ପଡିଛି। ଆହତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି। ଅନ୍ୟ ଆହତଙ୍କ ମଧ୍ୟ ମହିଳାଙ୍କୁ ମଧ୍ୟ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *