ଅମାନିଆଙ୍କ ପାଇଁ କଠୋର ହେଲେ ସରକାର, ମାସ୍କ ନ ପିନ୍ଧିଲେ 5 ହଜାର ଫାଇନ,ବାହାଘରରେ ନିୟମ ଭାଙ୍ଗିଲେ 10 ହଜାର

ଭୁବନେଶ୍ୱର:-10 ପ୍ରତିଶତ ଅମାନିଆଙ୍କ ପାଇଁ 90 ପ୍ରତିଶତ ଲୋକ ବିପଦରେ ପଡୁଛନ୍ତି। ତେଣୁ ଏହାକୁ ନଜରରେ ରଖି ରାଜ୍ୟ ସରକାର ଏବେ କଠୋର ହୋଇଛନ୍ତି। ଅମାନିଆଙ୍କ ଉପରେ ଜରିମାନାର ପାହାଡ଼ ଲଦି ଦେଇଛନ୍ତି। ବାହାରେ ଛେପ ପକାଇଲେ, ମାସ୍କ ନପିନ୍ଧିଲେ ମୋଟା ଅଙ୍କର ତଣ୍ଡ । ଏପରିକି ମାସ୍କ ସଠିକ ଭାବେ ନପିନ୍ଧିଲେ ମଧ୍ୟ ଗଣିବାକୁ ପଡିବ ଅଧିକ ଫାଇନ । ତେବେ ପ୍ରଥମ ଦୁଇ ଥର ନିୟମ ଭାଙ୍ଗିଲେ ଦେବାକୁ ପଡିବ ୧ ହଜାର ଟଙ୍କା ଜରିମାନା । ସେହିପରି ଦ୍ୱିତୀୟ ଥର ନିମୟ ଉଲ୍ଲଂଘନ କଲେ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି କଡା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସେହିପରି ସର୍ବସାଧାରଣରେ ଛେପ ପକାଇଲେ ମଧ୍ୟ ସମାନ ଟଙ୍କାର ଜରିମାନା ଆଦାୟ କରିବେ ରାଜ୍ୟ ସରକାର ।

– ବାହାଘରରେ ନିୟମ ଭାଙ୍ଗିଲେ ୧୦, ୦୦୦ ଟଙ୍କା ଫାଇନ

– ବାହାଘର ହେଉଥିବା ସ୍ଥାନକୁ ସିଲ କରିଦିଆଯିବ

– ୧୦ ଜଣଠୁ ବେଶୀ ଲୋକ ଏକାଠି ହେଲେ ଫାଇନ ପଡିବ

– କାର୍ଯ୍ୟକ୍ରମ ଆୟୋଜନ କରିଥିବା ଲୋକଙ୍କୁ ୧୦, ୦୦୦ ଫାଇନ

– ଦୋକାନ, କାର୍ଯ୍ୟାଳୟ, ଅନୁଷ୍ଠାନ ନିୟମ ନମାନିଲେ ଫାଇନ

– ୧୦ ହଜାର ଟଙ୍କା ଫାଇନ ଆଦାୟ କରାଯିବ

– ପ୍ରଥମ ଥର ନିୟମ ଭାଙ୍ଗିଲେ ସପ୍ତାହେ, ଏହାପରେ ମାସେ ସିଲ

କରୋନାର ମୁକାବିଲା ଲାଗି ରାଜ୍ୟ ସରକାର ଅଧିକ କଠୋର ହୋଇଛନ୍ତି । ଏଥିଲାଗି ରାଜ୍ୟ ସରକାର କଡ଼ା କଟକଣା ଜାରି କରିଛନ୍ତି । ଏନେଇ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଦିନକୁ ଦିନ ସଂକ୍ରମଣଙ୍କ ସଂଖ୍ୟଆ ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ଗତ କିଛି ଦିନରେ ଲୋକଙ୍କର ଖାମଖିଆଲ ମନୋଭାବ ବଢ଼ିଯାଇଛି । ସଂକ୍ରମଣ ବଢ଼ୁଥିବା ସତ୍ୱେ ଚେତୁନାହାନ୍ତି ଲୋକେ । ଆଉ ଏହାକୁ ଦୃଷ୍ଟିରେ ରଖି କଟକଣାକୁ କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର ।

ତେବେ କରୋନା ମୁକାବିଲା ପାଇଁ ହୋଇଥିବା ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ।

Leave a Reply

Your email address will not be published. Required fields are marked *