ଝାରପଡା ଜେଲ ଭିତରେ ଗ୍ୟାଙ୍ଗଷ୍ଟାର ଟିଟୋ ଖଟି କରିବାର ଭିଡ଼ିଓ ଭାଇରାଲ ହେବା ପରେ ଚେତିଲା ପ୍ରଶାସନ,ଜେଲ୍ ପାଇଁ ଜାରି ହେଲା ନିର୍ଦ୍ଦେଶନାମା,ଜେଲ ଭିତରୁ ଗଞ୍ଜେଇ ଧରିଲେ ଦିଆଯିବ ପୁରସ୍କାର
ଭୁବନେଶ୍ବର:-ଝାରପଡା ଜେଲରେ ଟିଟୋ ଏବଂ ତାର ସହଯୋଗୀ ଖଟି କରିବା ଏବଂ ଅନ୍ୟ କଏଦୀ ଫୋନରେ କଥା ହେବା ଭିଡ଼ିଓ ଭାଇରାଲ ହେବା ପରେ ଚେତିଲା ଜେଲ ପ୍ରଶାସନ। ଜେଲ ୱାଡ଼ର, ସୁପରିଟେଣ୍ଡେଣ୍ଟ ଜେଲର ପାଇଁ ନିର୍ଦେଶନାମା ଜାରି କଲା ବିଭାଗ
୧ – ଜେଲ ଭିତରକୁ ମୋବାଇଲ ଟଙ୍କା ନେବା ମନା
୨ – ନିୟମିତ ଭାବେ କଏଦୀଙ୍କ ଉପରେ କଡା ନଜର ରଖିବାକୁ ନିର୍ଦେଶ
୩ – କଏଦୀଙ୍କ ଯିବା ଆସିବା ବେଳେ ବରିଷ୍ଠ ଜେଲ କର୍ମଚାରୀଙ୍କ ଉପସ୍ଥିତିରେ ହେବ ଯାଞ୍ଚ
୪ – ଜେଲ ଭିତରକୁ ଯେମିତି ମୋବାଇଲ ନ ଆସେ ତା ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜେଲ ଅଧିକାରୀଙ୍କୁ ନିର୍ଦେଶ
୫ – କଏଦୀଙ୍କ ନିକଟରୁ ମାଦକ ଦ୍ରବ୍ୟ ଧରିଲେ ଜେଲ ଅଧିକାରୀଙ୍କୁ ମିଳିବ ପୁରସ୍କାର। ଜେଲ ବିଭାଗ ପକ୍ଷରୁ ଦିଆଯାଇଛି ୧୧ ଟି ପଏଣ୍ଟର ଏଭଳି ନିର୍ଦ୍ଦେଶନାମା












