ପୁଲିସ ଅବହେଳାରୁ ନାବାଳିକାର ଆତ୍ମହତ୍ୟା ଅଭିଯୋଗ

ଢ଼େଙ୍କାନାଳ:-ଜଣେ ଯୁବକର ବାରମ୍ବାର ଅସଦାଚରଣ କୁ ନେଇ ଫାଣ୍ଡିରେ ଅଭିଯୋଗ ସତ୍ୱେ ଢେଙ୍କାନଲ ଜିଲ୍ଲା ସଦର ଥାନା ଭାପୁର ଫାଣ୍ଡି ପୁଲିସ ଗୁରୁତ୍ୱ ଦେଇନଥିବା ଘଟଣା ଏବେ ଜଟିଳ ହେବାରେ ଲାଗିଛି । ଏପରିକି ନିର୍ଯ୍ୟାତନା ଅସହ୍ୟ କରିବା ଓ ପୁଲିସ ଉପରୁ ଆସ୍ଥା ତୁଟାଇ ନାବାଳିକା ପୀଡିତା ଆତ୍ମହତ୍ୟା ଘଟଣା ପ୍ରଥମେ ନ୍ୟୁଜ ୭ରେ ପ୍ରସାରିତ ହୋଇଥିଲା । ଫଳରେ   ପୁଲିସର ଚେତା ପଶିଥିଲା। ଏହି ମାମଲାରେ ଗତ କାଲି ଭାପୁର ଫାଣ୍ଡି ଏଏସାଇ ପଦ୍ମନାଭ ସାହୁଙ୍କୁ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନିଲମ୍ବିତ କରିଛନ୍ତି । ସେପଟେ

ଘଟଣାର ଗୋଟିଏ ଫିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ଦିନ ବନ୍ଧୁପୁରର ସୁବାଷ ମୁଦୁଲିକୁ ଗିରଫ କରିବା ରେ ପୁଲିସ ବିଫଳ ହୋଇଛି । ଫଳରେ ଆଜି ବିଜେପିର ଏକ ପ୍ରତିନିଧି ଦଳ ମୃତା ନାବାଲିକାର ଗ୍ରାମକୁ ଯାଉଥିବାଖବର ମିଳିଛି । ଫଳରେ ପୁଲିସ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *