ସମ୍ବଲପୁରୀର ନୂଆଁ ଡିଜାଇନ୍ ଶକୁନ୍ତଳାଦେବୀ ଶାଢିରେ ବିଦ୍ୟା ବାଲାନ
ସମ୍ବଲପୁର:-ସମ୍ବଲପୁରୀ ଶାଢିର ନୂଆଁ ଡିଜାଇନ୍ ଶକୁନ୍ତଳାଦେବୀର ବଜାର ପ୍ରବେଶ ପୂର୍ବରୁ ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲାନା ଏହାକୁ ପରିଧାନ କରି ପ୍ରଚାର କରିଛନ୍ତି । ସୋନପୁରର କେନ୍ଦୁପାଲିରେ ବାନ୍ଧଶିଳ୍ପୀ ରାମଚନ୍ଦ୍ର ମେହେରଙ୍କ ଦ୍ୱାରା ଦୀର୍ଘ ଏକ ମାସ ଧରି ବୁଣା ହୋଇଥିବା ଏହି ଶାଢିର ପ୍ରମୋସନ୍ ଅବସରରେ ବିଦ୍ୟା ଏହାକୁ ପରିଧାନ କରି ସୋସିଆଲ୍ ମିଡିଆରେ ବୁଣାକାରଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।ପ୍ରସିଦ୍ଧ ସମ୍ବଲପୁରୀ ଫେସନ୍ ଡିଜାଇନର ସୁଜିତ୍ ମେହେରଙ୍କ ଦ୍ୱାରା ହୋଇଥିବା ଏହାର ପ୍ରମୋସନ୍ରେ ବିଦ୍ୟା ଏହାକୁ ପିନ୍ଧିଥିବା ବେଳେ ଏହାର ଆକର୍ଷଣୀୟ ବାନ୍ଧ ଶୈଳୀ ବର୍ତ୍ତମାନ ଚର୍ଚ୍ଚାର ପରିସରକୁ ଆସିଛି ।










