ସାମ୍ବାଦିକଙ୍କ ଘର ଉପରକୁ ବୋମାମାଡ଼

ଖୋର୍ଦ୍ଧା;- ଗୁରୁଜଙ୍ଗ ସାମ୍ବାଦିକ ଜିତୁ ସାହୁଙ୍କ ଘର ଉପରକୁ ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି । ୩/୪ ଜଣ ଯୁବକ ରାତି ପ୍ରାୟ ୧୧ଟା ୫୦ରେ ପହଞ୍ଚି ତାଙ୍କ ଘରକୁ ୩ଟି ବୋମା ଫିଙ୍ଗିଥିଲେ । ପରେ ସେମାନେ ଫେରାର୍‌ ହୋଇଯାଇଥିଲେ ।

ଖବରପାଇ ଏସ୍‌ଡିପି ସୁଶିଲ ମିଶ୍ର ଓ ଆଦର୍ଶ ଥାନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ କରିଛନ୍ତି । ତେବେ କେଉଁ କାରଣରୁ ଓ କିଏ ବୋମାମାଡ଼ କରିଛି ତାହା ଜଣାପଡ଼ିନି ।

Leave a Reply

Your email address will not be published. Required fields are marked *