କଂଗ୍ରେସ ସହ ମେଣ୍ଟ କରିବେନି ମାୟାବତୀ : ସମସ୍ତ ୨୪ ଆସନ ପାଇଁ ଲଢ଼ିବେ ବିଏସପି ପ୍ରାର୍ଥୀ

ଭୋପାଲ :- ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ ସରଗରମ ହୋଇ ବସିଲାଣି ରାଜନୀତି | ୨୪ ଆସନ ପାଇଁ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ଟାଣ ଓଟରା ଆରମ୍ଭ ହୋଇଗଲାଣି | ବହୁଜନ ସମାଜ ପାର୍ଟିର ବର୍ତ୍ତମାନ ଦୁଇଜଣ ବିଧାୟକ ଅଛନ୍ତି | ଉପନିର୍ବାଚନ ପୂର୍ବରୁ ବିଏସପି ସ୍ପଷ୍ଟ କରିଛି ଯେ, ସେ କୌଣସି ଦଳ ସହ ମେଣ୍ଟ କରିବା ନାହିଁ | ୨୪ ବିଧାନସଭା ଆସନ ପାଇଁ ହେବାକୁଥିବା ଉପନିର୍ବାଚନ ପାଇଁ ବିଏସପି ନିଜ ପ୍ରାର୍ଥୀ ଘୋଷଣା କରିବ ଏବଂ ଅନ୍ୟ କୌଣସି ଦଳ ସହ ମେଣ୍ଟ କରିବନାହିଁ |

ମଧ୍ୟପ୍ରଦେଶ ବିଏସପି ଅଧ୍ୟକ୍ଷ ରମାକାନ୍ତ ପିପ୍ପଲ ଗଣମାଧ୍ୟମକୁ କହିଛନ୍ତି ଯେ ବିଏସପି ସୁପ୍ରିମୋ ମାୟାବତୀଙ୍କ ଆଦେଶ ଅନୂଆସାରେ ରାଜ୍ୟରେ ହେବାକୁଥିବା ବିଧାନସଭା ଉପନିର୍ବାଚନରେ ବିଏସପିର ସମସ୍ତ ୨୪ ଆସନ ପାଇଁ ନିଜେ ନିଜ ଦକ୍ଷତା ଅନୁଯାୟୀ ଲଢ଼ିବେ ଏବଂକୌଣସି ଦଳ ସହ ମେଣ୍ଟ ଗଢିବେ ନାହିଁ | ରମାକାନ୍ତ କହିଛନ୍ତି ଯେ, ଏହି ୨୪ ଆସନ ପାଇଁ ଚମ୍ବଲ ଅଞ୍ଚଳର ୧୬ ଆସନ ପାଇଁ ଅଣ୍ଟା ଭିଡିଛନ୍ତି | ଶିବପୁରୀ, ଅଵୋକନଗର, ଦତୀୟ, ଭିଣ୍ଡ ଅଞ୍ଚଳରେ ୧୩ ଆସନରେ ପୂର୍ବରୁ ବିଏସପି ବିଧାୟକ ଥିଲେ | ବାକି ୮ଟି ଆସନ ପାଇଁ ମଧ୍ୟ ତାଙ୍କ ପ୍ରାର୍ଥୀ ଲଢ଼ିବେ ଏବଂ ଦଳର ସ୍ଥିତି ଦୃଢ କରିବେ ବୋଲି ସେ କହିଛନ୍ତି |

ବିଏସପି ରାଷ୍ଟ୍ର ଅଧ୍ୟକ୍ଷ କହିଛନ୍ତି ଯେ, ଉପନିର୍ବାଚନ ପାଇଁ ତାଙ୍କ ପ୍ରସ୍ତୁତି ଆରମ୍ଭ ହୋଇସାରିଛି | କିନ୍ତୁ କରୋନା ମହାମାରୀ ଯୋଗୁଁ ଜାରି ରହିଥିବା ଲକ ଡାଉନ ଯୋଗୁଁ ତାଙ୍କ ପ୍ରସ୍ତୁତି ବର୍ତ୍ତମାନ ଟିକେ ଢିଲା ପଡିଯାଇଛି | ଚାଷୀଙ୍କ ଋଣ କ୍ଷମା କରିବା ଏବଂ ବେକାରୀ ସମସ୍ୟା ଦୂର କରିବା ଦଳର ମୁଖ୍ୟ ପ୍ରସଙ୍ଗ ବୋଲି ସେ କହିଛନ୍ତି | ଏହାସହ ଦଳ ଅନୁସୂଚିତ ଜାତି ପ୍ରସଙ୍ଗ ମଧ୍ୟ ଉଠାଇବ ବୋଲି ସେ କହିଛନ୍ତି | 

ଆସନ୍ତା ସପ୍ତାହରେ ପ୍ରାର୍ଥୀକୁ ଆବେଦନ କରିବେ | ଏହାପରେ ତାଲିକା ମାୟାବତୀଙ୍କୁ ପଠାଯିବ | ଦଳର ସମସ୍ତ ନେତା ସଂଗଠନକୁ ମଜବୁତ କରିବା ପାଇଁ ଦିନ ରାତି ପ୍ରୟାସ କରୁଛନ୍ତି | ଦଳ ପୁରା ପ୍ରସ୍ତୁତି ହୋଇ ମଇଦାନକୁ ଓହ୍ଲାଇବା ବୋଲି ସେ କହିଛନ୍ତି |

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶ ବିଧାନସଭାର ମୋଟ ୨୩୦ ଆସନ ମଧ୍ୟରୁ ୧୦୭ ଆସନରେ ବିଜେପି ବିଧାୟକ ଅଛନ୍ତି | କଂଗ୍ରେସର ୨୨ ଜଣ ବିଧାୟକ ଇସ୍ତଫା ଦେବାପରେ ଦଳରେ ବର୍ତ୍ତମାନ ୯୨ ବିଧାୟକ ଅଛନ୍ତି | ୪ ନୀରଦଳୀୟ ବିଧାୟକ ଅଛନ୍ତି | ୨ଟି ଆସନ ବହୁଜନ ସମାଜ ପାର୍ଟିର ଥିବାବେଳେ ସମାଜବାଦୀ ପାର୍ଟିର ଗୋଟିଏ ଆସନ ରହିଛି | ବର୍ତ୍ତମାନ ବିଧାନସଭାର ୨୪ ଆସନ ଖାଲି ପଡିଛି | ଏଥିରୁ କଂଗ୍ରେସର ୨୨ ଜଣ ବିଧ୍ୟାକ ଇସ୍ତଫା ଦେବା ପରେ ଆସନ ଖାଲି ରହିଛି | ଅନ୍ୟ ୨ ଆସନ ବିଜେପି ଏବଂ କଂଗ୍ରେସର ଜଣେ ଲେଖାଏଁ ବିଧାୟକଙ୍କ ନିଧନ ପରେ ଖାଲି ରହିଛି | 

Leave a Reply

Your email address will not be published. Required fields are marked *