ରାଜଧାନୀରେ ବାହାରିଲେ ଆହୁରି ୧୩୭ କରୋନା ସଂକ୍ରମିତ,

ଭୁବନେଶ୍ଵର:-ରାଜଧାନୀ ଭୁବନେଶ୍ଵରରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହି କ୍ରମରେ ଆଜି ରାଜଧାନୀରେ ୧୩୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ କରୋନା ସଂକ୍ରମିଙ୍କ ସଂଖ୍ୟା ୨୫୦୦ ଟପି ୨୫୦୨ରେ ପହଞ୍ଚିଛି। ୧୩୭ କେସ୍‌ରୁ କ୍ଵାରେଣ୍ଟାଇନ୍‌ରୁ ୯୮ କୋଭିଡ୍-୧୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ ୩୯ ଜଣ ଅଛନ୍ତି। ବୁଧବାର ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଟ୍ଵିଟ୍ କରାଯାଇ ଏହାର ସୂଚନା ଦିଆଯାଇଛି।

ବିଏମସି ଅନୁଯାୟୀ ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରେ ୧୩୭ ନୂତନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ କ୍ଵାରେଣ୍ଟାଇନ୍‌ କେସ୍ ୯୮ ହୋଇଥିବା ବେଳେ  ଲୋକାଲ କଣ୍ଟାକ୍ଟ ୩୯ ରହିଛି। ୟୁନିଟ୍‌-୧ ବସ୍ତିରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହି ପରି ସତ୍ୟନଗରରୁ ୭, କଳ୍ପନା ଛକ ନିକଟରୁ ୬, ଜୟଦୁର୍ଗା ନଗରରୁ ୫, ସହିଦ ନଗରରୁ ୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଅଦ୍ୟାବଧି ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦୨କୁ ବୃଦ୍ଧି ଘଟିଛି।

ଅନ୍ୟପକ୍ଷେମ ଆଶ୍ଵସ୍ତିକର କଥା ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରୁ କରୋନାରୁ ଆଉ ୭୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ୍ ଆରୋଗ୍ୟ ସଂଖ୍ୟା ୧୨୧୬କୁ ବୃଦ୍ଧି ଘଟିଛି। ଏ ପର୍ଯନ୍ତ ୧୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ବେଳେ ଆକ୍ଟିଭ କେସ୍‌ ୧୨୭୧ ରହିଛି। ଉଲ୍ଲେଖଯୋଗ୍ୟ ବଢୁଥିବା ସଂକ୍ରମଣକୁ ଦେଖି ରାଜଧାନୀରେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍ କଡାକଡି ପାଳନ କରାଯାଉଛି।

Leave a Reply

Your email address will not be published. Required fields are marked *