ମୃତ୍ୟୁର କିଛି ଦିନ ପୂର୍ବରୁ ସୁଶାନ୍ତଙ୍କ ଫୋନ୍ ନମ୍ବର ବଦଳାଇ ଦେଇଥିଲେ ରିୟା

ମୁମ୍ବାଇ:-ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ପାଟନାର ରାଜୀବ ନଗର ଥାନାରେ ରିୟା ଚକ୍ରବର୍ତ୍ତୀ,ତାଙ୍କ ପରିବାର ଏବଂ ନିକଟ ସମ୍ପର୍କୀୟଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ସେ ନିଜ ଅଭିଯୋଗରେ କହିଛନ୍ତି ଯେ ସୁଶାନ୍ତ ୨୦୧୯ମସିହା ଯାଏଁ ଭଲ ଆକ୍ଟିଂ କରୁଥିଲେ। ଏହି ସମୟରେ ତାଙ୍କ ଜୀବନରେ ରିୟା ଚକ୍ରବର୍ତ୍ତୀ ଆସିଥିଲେ। ସେ ନିଜ ପରିବାର ସଦସ୍ୟ ଏବଂ ଅନ୍ୟ ସମ୍ପର୍କୀୟଙ୍କ ସାହାଯ୍ୟରେ ସୁଶାନ୍ତଙ୍କୁ ନିଜ କଣ୍ଟୋଲରେ କରିଥିଲେ। ସେ ଅଭିଯୋଗରେ ଲେଖିଛନ୍ତି ଯେ ରିୟା ସୁଶାନ୍ତଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ଉଠାଇଛନ୍ତି ଏବଂ ତାଙ୍କ ଫୋନ ନମ୍ବର ବଦଳାଇ ଦେଇଛନ୍ତି।

ସୁଶାନ୍ତଙ୍କ ବାପା କେକେ ସିଂହ ଅଭିଯୋଗ ପତ୍ରରେ ଲେଖିଛନ୍ତି ଯେ ରିୟା ସୁଶାନ୍ତଙ୍କୁ ତାଙ୍କ ପରିବାରଠୁ ଅଲଗା କରି ଦେଇଥିଲେ। ତାଙ୍କ ପୁଅଙ୍କ ପ୍ରଥମ ଫୋନ୍ ନମ୍ବର 932xxxxx79 ଥିଲା ଯାହା ଡିସେମ୍ବର ମାସରେ ରିୟା ଏବଂ ତାଙ୍କ ପରିବାର ବନ୍ଦ କରି ଦେଇଥିଲେ। ଏହା ପରେ ନୂଆ ଫୋନ୍ ନମ୍ବର 98xxxxxx08 ନିଜ ସମ୍ପର୍କୀୟଙ୍କ ନାଁରେ ଆଣିଥିଲେ। ଏହି ନମ୍ବରରେ ସେ ସୁଶାନ୍ତଙ୍କ ବାପା ତାଙ୍କ ସହ ଅନେକ ଥର କଥା ହେଉଥିଲେ।

କେକେ ସିଂହ ଆଗକୁ ଲେଖିଥିଲେ,’ଥରେ ସୁଶାନ୍ତ ତାଙ୍କୁ କହିଥିଲେ ଯେ ଲୋକେ ତାଙ୍କୁ ପାଗଳଖାନା ପଠାଇବାକୁ ଚାହୁଁଛନ୍ତି। ଥରେ ସୁଶାନ୍ତ ଯେତେବେଳେ ଦିଲ୍ଲୀ ଏବଂ ହରିୟାଣା ତାଙ୍କ ଝିଅମାନଙ୍କୁ ଭେଟିବାକୁ ଆସିଥିଲେ ସେତେବେଳେ ରିୟା ତାଙ୍କୁ ଲଗାତାର ଫୋନ୍ କରୁଥିଲେ ଏବଂ ତାଙ୍କୁ ମୁମ୍ବାଇ ଆସିବାକୁ କହୁଥିଲେ। ସୁଶାନ୍ତ ନିଜ ବନ୍ଧୁ ମହେଶଙ୍କ ସହ କେରଳର କୁର୍ଗରେ ଚାଷ କରିବାକୁ ଚାହୁଁଥିଲେ। ଯେତେବେଳେ ରିୟା ଏବିଷୟରେ ଜାଣିଥିଲେ ସେ ୨୦୨୦ମସିହା ଜୁନ୍ ୮ତାରିଖରେ ସୁଶାନ୍ତଙ୍କ ପାଖରୁ ଜୁଏଲାରୀ,କ୍ୟାଶ,ସୁଶାନ୍ତଙ୍କ ଲାପଟପ୍,କ୍ରେଡିଟ୍ କାର୍ଡ଼,ପାସଓ୍ବାର୍ଡ଼ ଏବଂ ଜରୁରୀ କାଗଜପତ୍ର ନେଇଯାଇଥିଲେ।

କେକେ ସିଂହ ଆହୁରି ମଧ୍ୟ କହିଥିଲେ ଯେ ,’ ସୁଶାନ୍ତ ତାଙ୍କ ଝିଅଙ୍କୁ କଲ୍ କରିଥିଲେ ଏବଂ କହିଥିଲେ ଯେ ସେ ତାଙ୍କୁ ଫସାଇ ପାରନ୍ତି। ଏହା ପରେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିୟନ ଆତ୍ମହତ୍ୟା କରିଥିଲେ ଯାହାକୁ ନିଜେ ରିୟା ଆପଏଣ୍ଟ କରିଥିଲେ। ତାଙ୍କ ପୁଅ ଡରି ଯାଇଥିଲେ ଏବଂ ଲଗାତାର ରିୟାଙ୍କୁ କଲ୍ କରିଥିଲେ। ସୁଶାନ୍ତଙ୍କ ମନରେ ଡର ଥିଲା ଯେ ଏହି ମାମଲାରେ ରିୟାଙ୍କୁ ନ ଫସାଇ ଦିଆଯାଉ। ତାଙ୍କ ଝିଅ ରିୟାଙ୍କ ପାଖକୁ ପହଞ୍ଚିଥିଲେ ଏବଂ ୩-୪ଦିନ ରହି ତାଙ୍କୁ ବୁଝାଇ ସେଠାରୁ ଚାଲି ଆସିଥିଲେ। ଏହା ପରେ ତାଙ୍କ ପୁଅ ଜୁନ୍ ୧୪ତାରିଖରେ ଆତ୍ମହତ୍ୟା କରି ଦେଇଥିଲେ। ‘

Leave a Reply

Your email address will not be published. Required fields are marked *