ରାଫେଲକୁ ଭାରତ ପହଞ୍ଚାଇବାରେ କାଶ୍ମୀରୀ ବାୟୁସେନା ଅଧିକାରୀଙ୍କର ବଡ଼ ଭୂମିକା

ନୂଆଦିଲ୍ଲୀ: ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧ ବିମାନ ରାଫେଲ ଆଜି ଭାରତ ପହଞ୍ଚିବ । ପ୍ରଥମ ଦଫାରେ ଫ୍ରାନ୍ସରୁ ଆସୁଥିବା ୫ଟି ରାଫେଲ ଅମ୍ବାଲୀ ସ୍ଥିତ ବାୟୁସେନା ଘାଟିରେ ରହିବ । ଏହି ସମଗ୍ର ପ୍ରକି୍ରୟାରେ ଜାମ୍ମୁ କାଶ୍ମୀରର ଏୟାର କମାଣ୍ଡର ହିଲାଲ ଅହମ୍ମଦ ଭାଥେର ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି । ଏବେ ଏୟାର କମାଣ୍ଡର ଭାବେ ଅବସ୍ଥାପିତ ହିଲାଲ କ୍ରମାଗତ ଭାବେ ଡାସଲ୍ଟ କମ୍ପାନୀ ସହିତ ଆଲୋଚନା କରି ତାଳମେଳ ରକ୍ଷା କରି ଆସୁଛନ୍ତି । କେବଳ ସେତିକି ନୁହେଁ, କରୋନା ସମୟରେ ଫ୍ରାନ୍ସରୁ ରାଫେଲ ଆସିବାରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ହିଲାଲ ଅହମ୍ମଦ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ବକ୍ସିୟାବାଦ ଅଞ୍ଚଳର ବାସିନ୍ଦା । ସେ ଶ୍ରୀନଗର ସୈନିକ ସ୍କୁଲରେ ପାଠ ପଢ଼ିଛନ୍ତି । ହିଲାଲ ୧୯୮୮ ରେ ବାୟୁସେନାରେ ଯୋଗ ଦେଇଥଲେ ।

Leave a Reply

Your email address will not be published. Required fields are marked *