ଆଇପିଏସ୍ଙ୍କ ପିଏକୁ କରୋନା, ଏକାଧିକ କର୍ମଚାରୀ କ୍ୱାରେଣ୍ଟାଇନ୍ରେ
ଭୁବନେଶ୍ୱର,:- କମିଶରେଟ୍ ପୁଲିସ୍ର ଜଣେ ବରିଷ୍ଠ ଆଇପିଏସ୍ ଅଫିସ୍ରଙ୍କ ପିଏ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହା ଜଣାପଡ଼ିବା ପରେ କମିଶନରେଟ୍ ପୁଲିସ୍ ମୁଖ୍ୟାଳୟରେ ଚହଳ ପଡ଼ିଛି । ଉକ୍ତ ଆଇପିଏସ୍ଙ୍କ ସହ ଏକାଧିକ କର୍ମଚାରୀ କ୍ୱାରେଣ୍ଟାଇନ୍ରେ ଥିବା ଜଣାପଡ଼ିଛି । ପିଏ ସବୁବେଳେ ଅଫିସ୍ରେ ରୁହନ୍ତି । ହେଲେ ତାଙ୍କୁ କରୋନା କେମିତି ହେଲା? ସେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ? କୁଆଡେ ଯାଇଥିଲେ? ତାକୁ ନେଇ ଏବେ ଭାଳେଣି ପଡିଛି । କମିଶନରେଟ୍ ପୁଲିସ୍ ମୁଖ୍ୟାଳୟ ସହ ଆଇପିଏସ୍ଙ୍କ କ୍ୱାର୍ଟର୍ସକୁ ସାନିଟାଇଜ୍ କରାଯାଇଛି ।
ଦୁଇ ଦିନ ତଳେ କମିଶନରେଟ୍ ପୁଲିସ୍ ମୁଖ୍ୟାଳୟରେ ଜଣେ ଡ୍ରାଇଭର କରୋନା ଆକ୍ରାନ୍ତ ହୋଇଥିଲେ । ଉକ୍ତ ଅଫିସ୍ରରେ ସମସ୍ତ ଡ୍ରାଇଭରଙ୍କ ପାଇଁ ଏକ ବିଶ୍ରାମ କକ୍ଷ ରହିଛି । ରିପୋର୍ଟ ଆସିବା ଦିନ କରୋନା ଆକ୍ରାନ୍ତ ଡ୍ରାଇଭର ଜଣଙ୍କ ସେଠାରେ ବସାଉଠା କରିଥିଲେ । ଏହାପରେ କିଛି ଡ୍ରାଇଭରଙ୍କର କରୋନା ପରୀକ୍ଷା କରା ଯାଇଛି । ସେପଟେ, କ୍ୟାପିଟାଲ ଥାନାରେ ଜଣେ ମହିଳା ପୁଲିସଙ୍କ କରୋନା ବାହାରିବା ପରେ ଥାନା ଓ ଜୋନ୍ ଅଫିସ୍ର କର୍ମଚାରୀମାନେ ମଧ୍ୟ କରୋନା ଟେଷ୍ଟ କରାଇଛନ୍ତି ।