ବନ୍ଧୁକ ମୁନରେ ବ୍ୟାଙ୍କ୍ ଡକାୟତି, ୩ ମୁଖାପିନ୍ଧା ଡକାୟତ ଆଇଓବିରୁ ଲୁଟିନେଲେ ୧୧ ଲକ୍ଷ ଟଙ୍କା

ଚଣ୍ଡିଗଡ:–କରୋନା ଆତଙ୍କ ପାଇଁ ସାଧାରଣ ଜନତା ଘରୁ ବାହାରୁ ନାହାଁନ୍ତି । ରାସ୍ତାଘାଟ ମଧ୍ୟ ଶୂନଶାନ୍ ରହୁଛି । ଗହଳି ଚହଳି ନଥିବାର ସୁଯୋଗରେ ଏବେ ଲୁଟେରାଙ୍କ ପାଦ୍ରୁଭାବ ବୃଦ୍ଧି ପାଇଛି । ପଞ୍ଜାବର ହୋସିଆରପୁରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ଡକାୟତମାନେ କଳାକନା ବୁଲାଇଛନ୍ତି । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

ସୂଚନାନୁସାରେ, ସୋମବାର ସକାଳେ ବ୍ୟାଙ୍କ ଖୋଲିବା ପରେ ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବ୍ୟାଙ୍କ ମଧ୍ୟରେ ପ୍ରବେଶ କରିଥିଲେ । ସେମାନଙ୍କ ହାତରେ ବନ୍ଧୁକ ଥିଲା । ପ୍ରଥମେ ସେମାନେ କ୍ୟାସ୍ କାଉଣ୍ଟର ପାଖକୁ ଯାଇ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ । ଏହାସହ ସମସ୍ତ ଟଙ୍କା ଏକ ବ୍ୟାଗରେ ଭର୍ତ୍ତି କରିବାକୁ କହିଥିଲେ ।

କର୍ମଚାରୀଜଣଙ୍କ ଭୟରେ ସମସ୍ତ ଟଙ୍କା ବ୍ୟାଗରେ ଭର୍ତ୍ତି କରିଥିଲେ । ଏପରି ପ୍ରାୟ ୧୧ ଲକ୍ଷ ଟଙ୍କା ଡକାୟତମାନେ ଲୁଟି ନେଇଛନ୍ତି । ଯାହାର ସମସ୍ତ ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି । ତେବେ ଏହି ଡକାୟତିରେ କୌଣସି ବ୍ୟାଙ୍କ କର୍ମଚାରୀଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *