ମଝି ଆକାଶରେ ରାଫେଲରେ ଭରାଗଲା ଇନ୍ଧନ

ନୂଆଦିଲ୍ଲୀ :-ଫ୍ରାନ୍ସରୁ ଭାରତ ଆସୁଛି ୫ଟି ରାଫେଲ । ଫ୍ରାନ୍ସରୁ ଉଡାଣ ଭରିବା ପରେ ଏହା ୟୁଏଇର ଅଲ୍-ଧଫରା ଏୟାରବେସରେ ପହଂଚିଛି । ଏହାରି ଭିତରେ ଭାରତୀୟ ବାୟୁସେନା ପକ୍ଷରୁ ମଝି ଆକାଶରେ ଉଡାଣ ଭରୁଥିବା ରାଫେଲ ବିମାନର ଫଟୋ ଜାରି କରାଯାଇଛି । ମଝି ଆକାଶରେ ରାଫେଲ ବିମାନରେ କିପରି ଇନ୍ଧନ ଭର୍ତି କରାଯାଉଛି ତାର ଫଟୋ ସେୟାର କରିଛି ଭାରତୀୟ ବାୟୁସେନା ।

ଏହି ଯୁଦ୍ଧ ବିମାନ ପ୍ରାୟ ୭ହଜାର ୩୬୪କିଲୋମିଟର ଅତିକ୍ରମ କରିବା ପରେ ଆସନ୍ତାକାଲି ଅମ୍ବାଲା ଏୟାରବେସ୍ରେ ପହଂଚିବ । ଘଂଟା ପ୍ରତି ସର୍ବାଧିକ ଗତି ୨,୧୩୦ କିଲୋମିଟର ଉଡିବାର କ୍ଷମତା ରଖିଛି ରାଫେଲ । ଏହାସହ ୫୦ହଜାର ଫୁଟ୍ ଉଚ୍ଚରେ ଆରାମରେ ଉଡିବା ସହ ଆକ୍ରମଣ କରିପାରିବ, ଆକାଶରେ ୩ ହଜାର ୭ଶହ କିଲୋମିଟର୍ ପର୍ଯ୍ୟନ୍ତ ଟାର୍ଗେଟକୁ ଭେଦ କରିପାରିବ, ଡେଲ୍ଟା ଡେଣା ସାହଯ୍ୟରେ ଶୂନ୍ୟରେ ଗୋଟିଏ ସ୍ଥାନରେ ସ୍ଥିର ରହିିିବାର ରହିଛି କ୍ଷମତା ।

Leave a Reply

Your email address will not be published. Required fields are marked *