ଚୀନକୁ ଚକମା ଦେଇ ଉପରେ ଉଡ଼ି ପଳାଇଲା ଆମେରିକା ଯୁଦ୍ଧ ବିମାନ

ନୂଆଦିଲ୍ଲୀ:-ଚୀନ ସୀମା ନିକଟତର ହେଲା ଆମେରିକାର ଯୁଦ୍ଧ ବିମାନ। ସାଂଘାଇ ସହରକୁ ଏକ ପ୍ରକାର ପଶୁଥିବା ବେଳେ ମୋଡ ବଦଲାଇ ଚାଲିଗଲା। ଫଳରେ ଦୁଇ ଦେଶ ମଧ୍ୟରେ ଏହାକୁ ନେଇ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଦୁଇ ଦେଶ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଆମେରିକା ନ୍ୟାଭିର ଯୁଦ୍ଧ ବିମାନର ଏପରି କାର୍ଯ୍ୟକଳାପ ଦକ୍ଷିଣ ଚୀନ ସାଗାରରେ ଉତ୍ତେଜନାକୁ ଅଧିକ ବଢାଇ ଦେଇଛି ।

ଚୀନକୁ ଚକମା ଦେଇ ଉପରେ ଉଡ଼ି ପଳାଇଲା ଆମେରିକା ଯୁଦ୍ଧ ବିମାନ।  ସାଂଘାଇ ସହରର କିଛି ଦୂରରେ ଆମେରିକାର ଯୁଦ୍ଧ ବିମାନ ଚକ୍କର କାଟି ଚାଲିଗଲା। ଚୀନ ଓ  ଆମେରିକା ମଧ୍ୟରେ ଲାଗିଥିବା ଉତ୍ତେଜନା ମଧ୍ୟରେ ଏଭଳି ଖବର ଏବେ ଦୁଇଦେଶ ମଧ୍ୟରେ ଉତ୍ତେଜନାକୁ  ଆହୁରି ବଢାଇ ଦେଇଛି ।  ରବିବାର ଆମେରିକା ନ୍ୟାଭିର ଯୁଦ୍ଧ ବିମାନ ସଂଘାଇ ସହରର ଅତି ନିକଟତର ହୋଇଥିଲା ।  ହେଲେ ସହର ଭିତରକୁ ପଶିବା ପୂର୍ବରୁ ପୁଣି ଫେରି ଆସିଥିଲା । ପିଟିଆଇର ଏକ ଖବର ଅନୁସାରେ ଆମେରିକା ନୌସେନାର ସବମେରାଇନ୍‌କୁ ସୁରକ୍ଷା ଦେବାକୁ ମୁତୟନ ଥିବା ଯୁଦ୍ଧ ବିମାନ REP -ଟୋହି ତାଇୱାନ୍‌ ଉପରେ ଉଡୁଥିଲା ଏବଂ ଏହି ସମୟରେ ସାଂଘାଇ ନିକଟତର ହୋଇଥିଲା।  ହଂକଂରେ ଥିବା ପେକିଂ ବିଶ୍ବବିଦ୍ୟାଳୟ ଥିଙ୍କ ଟ୍ୟାଙ୍କ ସାଉଥ୍‌ ଚାଇନ୍‌ ଷ୍ଟ୍ରାଟେଜିକ୍‌ ସିଚୁଏସନ୍ ନାମକ ସଂସ୍ଥା ଏହି ଘଟଣାକୁ ବି ସ୍ପଷ୍ଟ କରିଛି ।

କରୋନା ମହାମାରୀ ପରେ ଚୀନ୍‌ ଓ ଆମେରିକା ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି ଉଭୟ ପରସ୍ପରକୁ ଚେକ୍‌ ଦେବାରେ ଲାଗିଛନ୍ତି।  ରବିବାର ଦକ୍ଷିଣ ଚୀନ ସାଗରରେ ଡ୍ରିଲ୍ କରି ଆମେରିକାକୁ ସିଧା ଚ୍ୟାଲେଞ୍ଜ ଦେଇଛି। ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଆମେରିକା ତାର ଦୁଇଟି ଯୁଦ୍ଧ ବିମାନବାହୀ ପୋତ ବା ଏୟାରକ୍ରାଫ୍ଟ କ୍ୟାରିଅର ସହ କିଛି ଯୁଦ୍ଧ ପୋତ ମୁତୟନ କରିଥିଲା। ଦୁଇ ସପ୍ତାହ ତଳେ ୟୁଏସ୍ ନ୍ୟାଭି ଏହିଠାରେ ସମରାଭ୍ୟାସ କରିଥିଲା। ଏହାର ଅନତି ଦୂରରେ ଚୀନ କରିଥିଲା ତାର ଫାୟାର ଆର୍ମ ଡ୍ରିଲ।

ଦକ୍ଷିଣ ଚୀନ ସାଗର ଅନ୍ତର୍ଗତ ଚୀନର ଲେଇଝୌ ଅନ୍ତରୀପରେ  ପିପୁଲ୍ ସ ଲିବେରସନ ଆର୍ମି ଲାଇଭ ଫାୟାର ଆମୁନିସନ ଡ୍ରିଲ ପ୍ରଦର୍ଶନ କରିଥିଲା।  ଚୀନ ତାର ସବୁଠୁ ଶକ୍ତିଶାଳୀ ଯୁଦ୍ଧ ବିମାନ ହଷ୍ଟନ୍‌ ଏବଂ ଚେଙ୍ଗଡୁକୁ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରଖିଛି ।  ଚୀନ ଗତକାଲି ନିଜ ସହର ଚେଙ୍ଗଡୁ ସ୍ଥିତ ଆମେରିକା ବାଣିଜ୍ୟ ଦୁତାବାସରୁ ଆମେରିକା ପତାକା ହଟାଇ ଦେଇଛି । ଗତ ସପ୍ତାହରେ ଆମେରିକା ବି ହଷ୍ଟନ ସହରରୁ ଚୀନ ବାଣିଜ୍ୟିକ ଦୁତାବାସକୁ ବନ୍ଦ କରିବାକୁ କହିଥିଲା । କୂଟନୈତିକ ବାଣିଜ୍ୟିକ ପରେ ଏବେ ସାମରିକ ସ୍ତରରେ ଉଭୟ ଚୀନ ଏବଂ ଆମେରିକା ପରସ୍ପରକୁ ଲଲକାର ଦେବାରେ ଲାଗିଛନ୍ତି।

Leave a Reply

Your email address will not be published. Required fields are marked *