ଓଡିଶାରେ ପୁଣି କରୋନା ନେଲା ଆଉ ୭ ଜୀବନ
ଭୁବନେଶ୍ୱର :-ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି । ଏବେ ପୂରା ଓଡ଼ିଶାକୁ ଏମିତି ଭୟ ଘାରିଛି। ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୭ ଜଣ କରୋନା ଆକ୍ରାନ୍ତଦେହାନ୍ତ ହୋଇଛି।। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୭ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
ଆଜି କରୋନାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ସଂପୃକ୍ତ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୩ ଜଣ, ରାୟଗଡ଼ାରୁ ୨ଜଣ, କଟକ ଓ ଭୁବନେଶ୍ବର ମହାନଗର ଅଞ୍ଚଳରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ପ୍ରାଣ ନେଇଛି ଘାତକ କରୋନା ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୮,୧୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୦୫୪୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୭ହଜାର ୩୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୫୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୪୭୬୫୬୦ ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।










