ସୁଶାନ୍ତଙ୍କ ସିନେମା ଦେଖି ଭାବ ବିହ୍ୱଳ ହେଲେ କୀର୍ତ୍ତି ସାନନ୍‌

ଡିଜ୍‌ନୀ ହଟ୍‌ଷ୍ଟାରରେ ରିଲିଜ ହୋଇଥିବା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ସିନେମା ‘ଦିଲ୍‌ ବେଚାରା’ ତାଙ୍କର ଫ୍ୟାନମାନଙ୍କ ବ୍ୟତୀତ ବଲିଉଡ ଅଭିନେତା ଅଭିନେତ୍ରୀଙ୍କୁ ମଧ୍ୟ ଇମୋସନାଲ କରିଦେଇଛି । ଅଭିନେତ୍ରୀ କ୍ରିତି ସାନନ୍‌ ଦିଲ୍‌ ବେଚାରା ଫିଲ୍ମ ଦେଖିବା ପରେ ଭାବ ବିହ୍ୱଳ ହୋଇ ପଡିଥିବା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଯୋଗେ ଜଣାଇଛନ୍ତି । କ୍ରିତି ଫିଲ୍ମର କିଛି ଭାଗର ଭିଡିଓ ଇନ୍‌ଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, ‘ଏହି ଫିଲ୍ମ ପୁଣିଥରେ ମୋ ହୃଦୟ ଭାଙ୍ଗିଦେଲା ।

ମୁଁ ମ୍ୟାନି ରୂପରେ ସୁଶାନ୍ତଙ୍କୁ ପୁଣି ଜୀବନ୍ତ ଦେଖିଲି । ଏହି ଫିଲ୍ମରେ ତମେ ଯେତେବେଳେ ନିରବ ଥିଲ ଏହା ସବୁଥର ଭଳି ତମର ସବୁଠାରୁ ଭଲ ମୁହୂର୍ତ୍ତ ଥିଲା । ଯେଉଁଥିରେ ତମେ କିଛି ନ କହି ବହୁତ କିଛି କହିଦେଲ’ । ଅଭିନେତା ରାଜକୁମାର ରାଓ ମଧ୍ୟ ଏହି ଫିଲ୍ମ ଦେଖିବା ପରେ ଖୁବ୍‌ ଇମୋସନାଲ ହୋଇଯାଇଥିବା ଇନ୍‌ଷ୍ଟାଗ୍ରାମରେ ଜଣାଇଛନ୍ତି ।

ସେ ଲେଖିଛନ୍ତି, ଏହା ଏକ ବହୁତ ଭଲ ଫିଲ୍ମ । କିନ୍ତୁ ମୁଁ ଫିଲ୍ମ ଦେଖିବା ପରେ ଭାଙ୍ଗି ପଡିଲି । ସୁଶାନ୍ତ ଏଥିରେ ଭଲ ଅଭିନୟ କରିଛନ୍ତି । ତାଙ୍କର ଏନର୍ଜିକୁ ତୁଳନା କରିହେବ ନାହି

Leave a Reply

Your email address will not be published. Required fields are marked *