ଭୁବନେଶ୍ବରରେ କାର୍ଯ୍ୟକାରୀ ହେବ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡରସ୍ ଆତ୍ମନିର୍ଭର ନିଧି ଯୋଜନା
ଭୁବନେଶ୍ବର:-କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ପଦକ୍ଷେପରେ ଏବେ ଭୁବନେଶ୍ବରରେ ଉପଲବ୍ଧ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ ଭେଣ୍ଡରସ ଆତ୍ମନିର୍ଭର ନିଧି ଯୋଜନା। ସ୍ବତନ୍ତ୍ର ଭାବେ ଏହା ଷ୍ଟ୍ରିଟ୍ଟ ଭେଣ୍ଡର ମାନଙ୍କ ପାଇଁ ଲାଗୁ ହେବ । ମାଇକ୍ରୋ କ୍ରେଡ଼ଟି୍ ସ୍କିମ୍ ବା କ୍ଷୁଦ୍ର ଋଣ ଯୋଜନା ଜରିଆରେ ଋଣ ଦିଆଯିବ। ଗତ ଜୁନ୍ ୧ ତାରିଖରୁ ସରକାରଙ୍କ ଦ୍ବାରା ଏହି ଯୋଜନାର ଶୁଭାରମ୍ଭ କରାଯାଇଥିବା ବେଳେ ରାଜ୍ୟ ସ୍ତରରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗଙ୍କ ନିର୍ଦ୍ଦଶେ କ୍ରମେ ସହରାଞ୍ଚଳ ସ୍ବାୟତ ସଂସ୍ଥାରେ ଏହାର ରୂପାୟନ କରାଯାଉଅଛି। ଆଜି ପୂର୍ବ।ହ୍ନରେ ଭୁବନେଶ୍ବର ମହାନଗର ନିଗମ ରେ ବସିଥିବା ବୈଠକରେ ନିଷ୍ପତି ନିଆଯାଇଛି । ଭୁବନେଶ୍ବରରେ ୨୪ ମାର୍ଚ୍ଚ-୨୦୨୦ ପୂର୍ବରୁ ଥିବା ସମସ୍ତ ଷ୍ଟ୍ରିଟ ଭେଣ୍ଡର ଏହି ଯୋଜନାରେ ସାମିଲ ହେବେ ।
୭ ପ୍ରତିଶତ ସୁଧ ହାରରେ ବିନା ଅମାନତରେ ଷ୍ଟ୍ରିଟ ଭେଣ୍ଡର ମାନଙ୍କୁ ଋଣ ଯୋଗାଇ ଦିଆଯିବ । ବିନା ବନ୍ଧକରେ ୧୦ ହଜ଼ାର ଟଙ୍କା ଯାଏ ସର୍ବାଧିକ ଋଣ ଦିଆଯିବ । ଭୁବନେଶ୍ୱର ରେ ୨୧୪୮୩ ଜଣ ଭେଣ୍ଡର ଏହି ଯୋଜନାରେ ଲାଭବାନ ହେବେ । ଋଣ ପାଇଁ ଅନ ଲାଇନରେ ଆବେଦନ କରିବେ । ଯେଉ ବୁଲାବିକାଳି ପୌରସଂସ୍ଥା ଠାରୁ ପ୍ରମାଣପତ୍ର ପାଇଥିବେ, ସର୍ଭରେ ଚିହ୍ନଟ ହୋଇଥିବେ, ୪ ମାର୍ଚ୍ଚ-୨୦୨୦ ପର୍ଯ୍ୟନ୍ତ ବେପାର କରୁଥିବାର ପ୍ରମାଣ ପୌରସଂସ୍ଥା କିମ୍ବା ଟାଉନ୍ ଭେଣ୍ଡିଂ କମିଟି ଠାରୁ ପାଇଥିବେ ଏବଂ ଆଖପାଖର ବୁଲାବିକାଳି ଦୈନିକ ଆସି ସହର ମଧ୍ୟରେ ବେପାର କରୁଥିବାର ସୁପାରିଶ ପତ୍ର ପୌରସଂସ୍ଥା କିମ୍ବା ଟାଉନ୍ ଭେଣ୍ଡିଂ କମିଟି ଠାରୁ ପାଇଥିବେ।










