ସୁଟକେଶ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର.

ଗାଜିଆବାଦ:-ଗାଜିଆବାଦ ଅର୍ଥଲା ବାଟିକାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବାପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା | ଯୁବତୀଙ୍କ ମୃତଦେହ ଏକ ସୁଟକେଶ ଭିତରୁ ଉଦ୍ଧାର ହୋଇଥିଲା | ଘଟଣା ସମ୍ପର୍କରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା | ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା | ସୁଟକେଶ ଚାରିପାଖେ କୁକୁର ବୁଲୁଥିଲେ | କୁକୁର ସୁଟକେଶ ଚାରିପାଖେ ବୁଲୁଥିବା ଦେଖି ଲୋକେ ସନ୍ଦେହ କରିଥିଲେ ଓ ପୋଲିସକୁ ସୂଚନା ଦେଇଥିଲେ |

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯେତେବେଳେ ସୁଟକେଶ ଖୋଲିଥିଲା ଲୋକେ ଚକିତ ହୋଇଯାଇଥିଲେ | ସୁଟକେଶରେ ଜଣେ ୨୩-୨୪ ବର୍ଷୀୟ ଯୁବତୀଙ୍କ ଶବ ଥିଲା | ଯୁବତୀଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ରହିଥିଲା | ଯୁବତୀଙ୍କୁ ଅନ୍ୟ କେଉଁ ଜାଗାରେ ହତ୍ୟା କରାଯାଇ ତାଙ୍କ ଶବକୁ ସୁଟକେଶରେ ଭର୍ତ୍ତି କରି ଅର୍ଥଲା ବାଟିକା ନିକଟରେ ଫୋପାଡ଼ି ଦିଆଯାଇଥିବା ପ୍ରାଥମିକ ଯାଞ୍ଚରେ ସନ୍ଦେହ କରାଯାଉଥିଲା | କାରଣ ଯେଉଁଠାରୁ ସୁଟକେଶ ଉଦ୍ଧାର ହୋଇଥିଲା ତାର ଠିକ ସମ୍ମୁଖରେ ମୁଖ୍ୟ ସଡକ ରହିଛି | ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲାର ତଦନ୍ତ ଆରମ୍ଭ କରିଛି | ତେବେ ଯୁବତୀ ଜଣକ କିଏ ଏବଂ ତାଙ୍କୁ କାହଁକି ହତ୍ୟା କରାଯାଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ |

ଉତ୍ତର ପ୍ରଦେଶରେ ପୋଲିସ ଓ ସରକାରଙ୍କ ଯେତେ କଡା କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଅପରାଧ ଥମିବାର ନାଁ ନେଉନାହିଁ | ଗତ ସପ୍ତାହରେ ଦିଲ୍ଲୀ ନିକଟସ୍ଥ ଉତ୍ତର ପ୍ରଦେଶ ଗାଜିଆବାଦ ବିଜୟନଗର ଅଞ୍ଚଳରେ କିଛି ଦୁର୍ବୁତ୍ତ ସାମ୍ବାଦିକ ବିକ୍ରମ ଯୋଶୀଙ୍କୁ ତାଙ୍କ ଝିଅ ସାମ୍ନାରେ ଗୁଳି କରି ହତ୍ୟା କରିଥିଲେ | ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା | ପିତାଙ୍କୁ ଗୁଳି ବାଜିବା ପରେ ଝିଅ ସାହାଯ୍ୟ ପାଇଁ ଲୋକଙ୍କୁ ଗୁହାରି କରିଥିଲେ କିନ୍ତୁ କେହି ସାମ୍ନାକୁ ଆସିନଥିଲେ କି ସାହାଯ୍ୟ କରିନଥିଲେ | ପୁରା ଘଟଣା ସିସିଟିଭିରେ କଏଦ ହୋଇଥିଲା | ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି | ମାମଲାରେ ପ୍ରତାପ ବିହାର ଥାନା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା |

Leave a Reply

Your email address will not be published. Required fields are marked *