ପୂର୍ବତନ ସରପଞ୍ଚଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
ବାଲିଗୁଡା:-କନ୍ଧମାଳ ଜ଼ିଲ୍ଲା ସାରଙ୍ଗଡ଼ ଗାଁର ବିଷୋୟୀ ସାହିରେ ଅଭାବନୀୟ ଘଟଣା l ସନ୍ଧ୍ୟାରେ ପୂର୍ବତନ ସରପଞ୍ଚ ବ୍ରଜରାଜ ବିଷୋୟୀଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟାକଲେ ଦୁର୍ବୃତ୍ତ l ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି l ହତ୍ୟା ଅଭିଯୁକ୍ତ ସେହି ସାହିର ଡେପୁଟି ବିଷୋୟୀ ନିଜ ଘରକୁ ଡାକି ଧାରୁଆ ଟାଙ୍ଗୀଆରେ ହାଣି ହତ୍ୟା କରିଥିବା ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି l
ବ୍ରଜରାଜଙ୍କୁ ଗୁରୁତର ଅବସ୍ଥାରେ ସାରଙ୍ଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି l ପୋଲିସ ଶବକୁ ଜବତ କରି ତଦନ୍ତ ଚଳାଇଛି ଅଭିଯୁକ୍ତଙ୍କୁ ପୋଲିସ ଏଯାଏଁ ଗିରଫ କରାଯାଇ ନଥିବା ସୂଚନା ମିଳିଛି ।










