ଆସନ୍ତା ସେପ୍ଟେମ୍ୱରରେ ଭାରତ ପୁଣି ଅନ୍ୟ ଦେଶଙ୍କ ସହ କରିବ ଯୁଦ୍ଧାଭ୍ୟାସ
ନୂଆଦିଲ୍ଲୀ,:- କରୋନା ସଂକ୍ରମଣ ଯୋଗୁ ଗତ ଚାରି ମାସ ହେଲା ବିଦେଶୀ ରାଷ୍ଟ୍ରଙ୍କ ସହ ଭାରତର ମିଳିତ ଯୁଦ୍ଧାଭ୍ୟାସ ବନ୍ଦ ରହିଛି । ତେବେ ଏହାକୁ ପୁଣି ଥରେ ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି । ବିଦେଶୀ ରାଷ୍ଟ୍ରମାନେ ଏଥିପାଇଁ ଅଧିକ ଆଗ୍ରହ ଦେଖାଉଛନ୍ତି । ଆଉ କିଛି ମାସ ପରେ କରୋନା ସଂକ୍ରମଣ ହ୍ରାସ ପାଇବ ବୋଲି ସମସ୍ତେ ମନେ କରୁଛନ୍ତି । ତେଣୁ ସେମାନେ ଏପରି ଆଭିମୁଖ୍ୟ ଦେଖାଉଛନ୍ତି । ତେଣୁ ଭାରତ ବି ଏଥିପ୍ରତି ଅନୁକୂଳ ମତ ପୋଷଣ କରୁଛି ।
ଜାପାନର ନୌସେନା ଭାରତୀୟ ନୌସେନା ସହିତ ଭାରତ ମହାସାଗରରେ ଯୁଦ୍ଧାଭ୍ୟାସ କରିବାକୁ ଚାହୁଁଛି । ଜାପାନର ତିନୋଟି ଯୁଦ୍ଧଜାହାଜ ଏଥିରେ ଭାଗ ନେବେ । ଆସନ୍ତା ସେପ୍ଟେମ୍ୱର ମାସରେ ଏହା ଅନୁଷ୍ଠିତ ହେବ । ଫ୍ରାନ୍ସ ବି ଭାରତ ସହିତ ବରୁଣ ନାମରେ କରାଯାଉଥିବା ଯୁଦ୍ଧାଭ୍ୟାସକୁ ପୁଣି ଥରେ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛି । ଏଥରକ ଆରବ ସାଗରରେ ଏହି ଯୁଦ୍ଧାଭ୍ୟାସ ହେବ ।
ସେହିପରି ୟୁରୋପୀୟାନ ମାରିଟାଇମ ଆୱାରନେସ ପ୍ରୋଗ୍ରାମରେ ବି ଭାରତ ଭାଗ ନେଉ ବୋଲି ଫ୍ରାନ୍ସ ଚାହୁଁଛି । ଭାରତ ମଧ୍ୟ ଜାପାନ ଓ ଆମେରିକା ସହିତ ମାଲାବାର ଯୁଦ୍ଧାଭ୍ୟାସ କରିପାରେ । ଆସନ୍ତା ନଭେମ୍ୱର ମାସରେ ଏହା ଅନୁଷ୍ଠିତ ହେବ । ତେବେ ଏଥିରେ ଅଷ୍ଟ୍ରେଲିଆକୁ ସାମିଲ କରାଯିବ ବୋଲି ଏବେ ସଂକେତ ମିଳୁଛି । କିନ୍ତୁ ଭାରତ ଏପରତଯନ୍ତ ଏହା ସ୍ପଷ୍ଟ କରିନାହିଁ ।










