ମନ କି ବାତ୍ କାର୍ଯ୍ୟକ୍ରମରେ କାର୍ଗିଲ ସହିଦଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ –:- ଦେଶରେ କରୋନା ବିପଦ ଏବେ ବି ଟଳିନାହିଁ, ସମସ୍ତଙ୍କୁ ସତର୍କ ରହିବାକୁ ପଡିବ । ମୁହଁରେ ମାସ୍କ ପିନ୍ଧିବା , ସାମାଜିକ ଦୂରତା ରଖିବା, ହାତକୁ ବାରମ୍ବାର ଧୋଇବା ଦ୍ୱାରା ହିଁ କରୋନା ସହ ଲଢେଇ କରିପାରିବା ବୋଲି କହିଛନ୍ତି ମୋଦି । କରୋନା ସହ ଆମକୁ ପୁରା ସତର୍କତାର ସହ ଲଢିବାକୁ ପଡିବ । କାରଗିଲ ବିଜୟ ଦିବସ ଅବସରରେ ଦେଶର ବୀର ଯବାନଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ କି ବାତ୍ କାର୍ଯ୍ୟକ୍ରମମୋଦି କହିଛନ୍ତି, ଏହି ସମୟରେ ଭାରତ ପାକିସ୍ତାନ ସହ ମିତ୍ରତା ଚାହୁଁଥିଲା, କିନ୍ତୁ ଇସଲାମାବାଦ ଯୁଦ୍ଧ କରିବାକୁ ଦୁଃସାହସ କରିଥିଲା । ଯେଉଁ ପରିସ୍ଥିତିରେ ଯୁଦ୍ଧ ହୋଇଥିଲା ତାକୁ ଭାରତ କେବେ ବି ଭୁଲିପାରିବନାହିଁ । ମିତ୍ରତାର ଜବାବରେ ପାକିସ୍ତାନ ପଛପଟୁ ଛୁରୀ ଭୁଷିବାକୁ ଉଦ୍ୟମ କରିଥିଲା । କାରଗିଲ ଯୁଦ୍ଧ ସମୟରେ ଅଟଳଙ୍କ ବାଣୀକୁ ମନେପକାଇବାକୁ ସେ ଅପିଲ କରିଛନ୍ତି ।ଆଜି କାର୍ଗିଲ ବିଜୟ ଦିବସ । କାର୍ଗିଲ ବିଜୟକୁ ପୁରିଲା ୨୧ ବର୍ଷ । ଏହି ଅବସରରେ ଦିଲ୍ଲୀର ୱାର ମୋମୋରିଆଲ୍ରେ ସହିଦ ଜବାନଙ୍କ ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ଏବଂ ତିନି ସେନା ମୁଖ୍ୟ ୱାର ମେମୋରଆଲ ସହିଦ ଯବାନଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ୧୯୯୯ ଜୁଲାଇ ମାସର ଆଜିର ଦିନରେ ଭାରତୀୟ ସେନା ହିମାଳୟର ଉଚ୍ଚ ଘାଟିର ଲଢେଇରେ ପାକିସ୍ତାନକୁ ପାନେ ଚଖେଇଥିଲା । ଯାହା ଇତିହାସରେ ଚିରକାଳ ଲେଖା ହୋଇ ରହିବ । ଏହି ବିଜୟ ସହିତ ହିମାଳୟର ଉଚ୍ଚ ପାହାଡରେ ପୁଣି ଉଡିଥିଲା ତ୍ରିରଙ୍ଗା । ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତର ସୀମାରେ ପଶି ଦଖଲ କରିଥିବା ସମସ୍ତ ଘାଟିକୁ ପୁଣି ଥରେ ମୁକ୍ତ କରିଥିଲା ଭାରତୀୟ ସେନା । ଷାଠିଏ ଦିନ ଯାଏଁ ଚାଲିଥିଲା କାର୍ଗିଲ ଯୁଦ୍ଧ । କାରଗିଲ ଯୁଦ୍ଧ ଥିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଚତୁର୍ଥ ଘୋଷିତ ଯୁଦ୍ଧ । ଏହି ଯୁଦ୍ଧରେ ସହିଦ ହୋଇଥିଲେ ୫୨୭ ଜଣ ଯବାନ । ଆଜି କାର୍ଗିଲ ବିଜୟ ଦିବସକୁ ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି ।

Leave a Reply

Your email address will not be published. Required fields are marked *