ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ବର:-ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ବାତ୍ୟା ପ୍ରଭାବିତ ଓଡିଶା ଓ ପଶ୍ଚିମବଙ୍ଗ ଗସ୍ତ କରିବେ। ଓଡ଼ିଶାର ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ଯିବେ ପ୍ରଧାନମନ୍ତ୍ରୀ।ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ପେଜ୍‌ରେ ଟ୍ବିଟ୍ କରାଯାଇଛି।  ଭୁବନେଶ୍ବର ଏୟାରପୋର୍ଟରେ ଓହ୍ଲାଇ ଯିବେ ବାତ୍ୟାଞ୍ଚଳ। ସୁରକ୍ଷା ଯାଞ୍ଚ ପାଇଁ ଏୟାରପୋର୍ଟରେ ପଞ୍ଚହଁଞ୍ଚିଲେ ସ୍ବତନ୍ତ୍ର ଗୁଇନ୍ଦା ଡିଜି ସତ୍ୟଜିତ ମହାନ୍ତି, ଏୟାରପୋର୍ଟ ନିର୍ଦ୍ଦେଶକ ଭି ଭି ରାଓ, ଅତିରିକ୍ତ ଡିଜି ପ୍ରିୟଦର୍ଶୀ ମିଶ୍ର, ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ଅତିରିକ୍ତ ପୋଲିସ କମିଶନର ଅନୁପ ସାହୁ ଉପସ୍ଥିତ।ବାତ୍ୟା ଅମ୍ଫାନ ଓଡ଼ିଶା ଅତିକ୍ରମ କରି ପଶ୍ଚିମବଙ୍ଗରେ ପ୍ରବଳ କ୍ଷୟକ୍ଷତି କରିଛି। ୭୨ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ଏହି ବାତ୍ୟାରେ ହଜାର ହଜାର ଘର ଭାଙ୍ଗି ଯାଇଥିବେଳେ ରାଜ୍ୟ ସରକାର ମଧ୍ୟ ଯୁଦ୍ଧାକାଳୀନ ଭିତରେ ଲକ୍ଷଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି। ଏହାକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଆସୁଥିବା କୁହଯାଉଛି।

Leave a Reply

Your email address will not be published. Required fields are marked *